ଜାଭିୟର ୟୁନିଭର୍ସିଟିରେ ଶିଶୁ ପରିବେଶ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ପରିବେଶ କଂଗ୍ରେସ ପକ୍ଷରୁ ଜାଭିୟର ସ୍କୁଲ ଅଫ୍‌ ସଷ୍ଟେନବିଲିଟି, ଜାଭିୟର ୟୁନିଭର୍ସିଟି ସହଯୋଗରେ ଅନୁଷ୍ଠାନ ପରିସରରେ ଶିଶୁ ପରିବେଶ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ବଦଳୁଥିବା ପରିବେଶର ସୁରକ୍ଷା ନେଇ ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା। ଏଥିରେ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଭାଗୀୟ ସଚିବ ପିକେ ମହାପାତ୍ର, ଓଇସି ସାଙ୍ଗଠନିକ ସମ୍ପାଦକ ସୁଦର୍ଶନ ଦାସ, ପ୍ରଫେସର ପଉଲ ଫର୍ଣ୍ଣାଣ୍ଡିଜ୍‌, ଡିନ୍‌ ଏସ୍‌. ପେପିନ୍‌ ପ୍ରମୁଖ ଯୋଗ ଦେଇଥିଲେ। ନଦୀ ଓ ପରିବେଶକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ଚିତ୍ରାଙ୍କନ, ସଙ୍ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର