ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଶିଶୁ ସ୍ୱାସ୍ଥ୍ୟ ଚକ୍ଷୁ ସେବା ସଚେତନତା ସପ୍ତାହ ପାଳିତ ହୋଇଯାଇଛି | ଏହାର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କରେ ବିଭିନ୍ନ ଚକ୍ଷୁ ରୋଗ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବା। ଏହି ବର୍ଷର ବିଷୟ ହେଉଛି "ଶିଶୁ କ୍ୟାଟାରାକ୍ଟ"। ଏହାର ଶିଶୁମାନଙ୍କ ଦୃଷ୍ଟିରେ ପ୍ରଭାବ, ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସାର ପ୍ରାମୁଖ୍ୟ ସମ୍ବନ୍ଧରେ ସଚେତନ କରିବା ଏବଂ ଅଭିଭାବକମାନଙ୍କୁ ସମୟସମୟରେ ଚିକିତ୍ସା ନେବାକୁ ଉତ୍ସାହିତ କରିବା। ଭୁବନେଶ୍ବରର ମିଥୁ ତୁଲସୀଦାସ ଚାନ୍ରାଇ କ୍ୟାମ୍ପସରେ ଏହି ପଦଯାତ୍ରାର ମୁଖ୍ୟ ଅତିଥି ଭାବେ ସାଇ ଇଣ୍ଟରନାସନାଲ ସ୍କୁଲର ବରିଷ୍ଠ ପ୍ରଧାନଶିକ୍ଷକ ଶ୍ରୀ ନୀଳକଣ୍ଠ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Advertisment

ପ୍ରାୟ ୩୦୦ ଶିଶୁ, ଅଭିଭାବକ ଏବଂ କର୍ମଚାରୀମାନେ ପ୍ଲାକାର୍ଡ ଧରି ସେଥିରେ ଅଂଶଗ୍ରହଣ କରିଥିଲେ। ସେ ଏହି ଗୁରୁତ୍ବପୂର୍ଣ୍ଣ ସଚେତନତା ପଦଯାତ୍ରାରେ ଅଂଶଗ୍ରହଣ କରି ବହୁତ ଆନନ୍ଦିତ ହେବାର କଥା କହିଥିଲେ ଏବଂ ଅଭିଭାବକମାନଙ୍କୁ "ସମୟରେ ଚିହ୍ନଟ ସହ ଆଖିର ସୁରକ୍ଷା କରିବାକୁ" ପରାମର୍ଶ ଦେଇଥିଲେ। ୨୦୫୦ ସୁଦ୍ଧା ଦୁନିଆର ୫୦% ଲୋକ ମାଇଓପିଆରେ ଆକ୍ରାନ୍ତ ହେବାର ପୂର୍ବାନୁମାନ ସହିତ ଏହା ଦୃତଗତିରେ ଜାତୀୟ ଜନସ୍ୱାସ୍ଥ୍ୟ ସମସ୍ୟା ହେବାକୁ ଯାଉଛି।

ଏହି ବିଷୟରେ ଗୁରୁତ୍ବ ଦେବାକୁ ଭୁବନେଶ୍ବର ମିଥୁ ତୁଲସୀଦାସ ଚାନ୍ରାଇ କ୍ୟାମ୍ପସରେ ଡ଼. ତାରା ପ୍ରସାଦ ଦାସ, ଉପାଧ୍ୟକ୍ଷ - ଏଲଭିପିଇ ଦ୍ୱାରା ଇନଫର ମାଇଓପିଆ ସେଣ୍ଟରର ଉଦଘାଟନ ହୋଇଛି। ଡ଼. ପ୍ରଶାନ୍ତ ଗର୍ଗ, ନିର୍ବାହୀ ଅଧ୍ୟକ୍ଷ, ଏଲଭିପିଇ କହିଥିଲେ କିପରି ଏଲଭିପିଇ ମାଇଓପିଆ ଗବେଷଣାରେ କାମ କରୁଛି ଏବଂ ୨୦୫୦ ଅଦ୍ୟାବଧି ହେବାକୁ ଥିବା ମାଇଓପିଆ ପ୍ରକୋପ ଦମନ କରିବାକୁ ଚକ୍ଷୁ ସ୍ୱାସ୍ଥ୍ୟ ଗବେଷଣା ସହ ଯୋଜନା କରୁଛନ୍ତି।