ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥିବା ଶିଶୁ ଭବନର ପୁଷ୍ଟି ସାଧନ କେନ୍ଦ୍ରକୁ ରୋଗୀଙ୍କ ସହିତ ଆସୁଥିବା ଅନ୍ୟ ଶିଶୁମାନଙ୍କୁ ଖାଦ୍ୟ ମିଳିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସଦସ୍ୟା ଦିବ୍ୟା ଶାଶ୍ବତୀ। ଶିଶୁ ଭବନର ପୁଷ୍ଟି ସାଧନ କେନ୍ଦ୍ର ଅନୁଧ୍ୟାନ କରି ସେ କହିଥିଲେ ଯେ ବର୍ତ୍ତମାନ କେନ୍ଦ୍ରରେ ୬ ଜଣ ଶିଶୁ ଅଛନ୍ତି। ସେ ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଶିଶୁଙ୍କ ସହ ଆସୁଥିବା ମା’ଙ୍କ ପାଇଁ ସରକାରଙ୍କ ତରଫରୁ ଖାଇବା ଓ ରହିବା ସୁବିଧା ମିଳୁଥିବା ବେଳେ ତାଙ୍କ ସହ ଆସୁଥିବା ଅନ୍ୟ ଶିଶୁଙ୍କୁ ଖାଦ୍ୟ ମିଳୁ ନଥିବା ସେ ଜାଣିବାକୁ ପାଇଥିଲେ। ତେଣୁ ଶ୍ରୀମତୀ ଶାଶ୍ବତୀ ବିଏମ୍ସି କମିସନରଙ୍କ ସହ ଆଲୋଚନା କରି ପିଲାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି। ଏହାସହ ଶ୍ରୀମତୀ ଶାଶ୍ବତୀ ଅରବିନ୍ଦ ବସ୍ତି କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ।
ଶିଶୁ ଭବନ ପୁଷ୍ଟି ସାଧନ କେନ୍ଦ୍ରରେ ଶିଶୁଙ୍କୁ ମିଳିବ ଖାଦ୍ୟ
/sambad/media/post_attachments/wp-content/uploads/2021/10/sishu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)