ବନ୍ଦେ ଭାରତୀ ପକ୍ଷରୁ ଶିଶୁ ପ୍ରତିଯୋଗିତା

ଭୁବନେଶ୍ବର: ବନ୍ଦେ ଭାରତୀ ଜାତୀୟ ମହିଳା ଓ ଶିଶୁ ବିକାଶ ପରିଷଦ ପକ୍ଷରୁ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଉପଦେଶ ଦିଆଯାଇଥିଲା।

ସେହିଭଳି ସବୁବେଳେ ସତ କହିବା ଓ ବାପା-ମା’ଙ୍କ ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ କୁନିକୁନି ପିଲାମାନଙ୍କୁ ଅତିଥିମାନେ ଉପଦେଶ ଦେଇଥିଲେ। ଆଗକୁ ଏହି କାର୍ଯ୍ୟକ୍ରମ ରାଜ୍ୟର ସବୁ ସ୍ଥାନରେ କରାଯିବ ବୋଲି ସଭାନେତ୍ରୀ ପ୍ରତୀକ୍ଷା ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ବରାଳ, ସରୋଜ ନାୟକ, ଧରିତ୍ରୀ ସାହୁ, ଜୀବନଜ୍ୟୋତି ସାହୁ, ଶିବପ୍ରସାଦ ସାହୁ, ଜ୍ୟୋତ୍ସ୍ନାରାଣୀ ସାହୁ ଓ ବାସନ୍ତୀ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର