ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲରେ ଶିଶୁ ଦିବସ

ଭୁବନେଶ୍ବର: ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ ପକ୍ଷରୁ ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୮ମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପିଟି କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ଥିଲା। ଏଥିରେ ଛାତ୍ରଛା‌ତ୍ରୀମାନେ ବିଭିନ୍ନ ଖେଳ ଖେଳିବା ସହିତ ଖାଦ୍ୟ ଖାଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚେୟାରମ୍ୟାନ୍ ରଘୁନାଥ ମିଶ୍ର ଯୋଗଦେଇ ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ସୁପରଭାଇଜର୍‌ ଶିବାନୀ ପଟ୍ଟନାୟକ, ସ୍ମିତା ମହାନ୍ତି, ସୁଚରିତା ଦାସ ପ୍ରମୁଖ ଯୋଗଦେଇ ପଣ୍ଡିତ ଜବାହରଲାଲଙ୍କ ଶିଶୁମାନଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଲାଇବ୍ରେରି ସାଇନ୍ସ ଇନ୍‌ ଇଣ୍ଡିଆର ପିତା ଏସ୍‌ ଆର୍‌ ରଘୁନାଥନ୍‌ଙ୍କ ଉଦ୍ଦେଶ୍ୟରେ ସ୍କୁଲ ପରିସରରେ ଫ୍ଲାଗ୍ ଅଫ୍ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର