ଓଡ଼ିଶା ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ ସମିତି ପକ୍ଷରୁ ଶିଶୁ ଦିବସ

ଭୁବନେଶ୍ବର: ଓଡ଼ିଶା ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ ସମିତି ପକ୍ଷରୁ ଓଏସ୍‌ଏପି ୭ମ ବାଟାଲିୟନ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ସମିତିର ସଭାପତି ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୀଳମୋହନ ତ୍ରିପାଠୀ, ଆଇନଜୀବୀ ପ୍ରହଲାଦ କୁମାର ସିହ୍ନା, ମୁଖ୍ୟ ବକ୍ତାଭାବେ ‌ବୈଷ୍ଣବପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଶିଶୁ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ‘ଜେଜେ‌ଙ୍କ ଯତ୍ନ’ ଉପରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିସହ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିଲୀପ କୁମାର ସାହାଣୀଙ୍କ ଦ୍ବାରା ରଚିତ ଦୁଇଟି ପୁସ୍ତକ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା। ବୈଦ୍ୟନାଥ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ବିଜୟ କୃଷ୍ଣ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର