ବ୍ଲକସ୍ତରୀୟ ଶିଶୁଦିବସ ପାଳିତ

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମତି ପରିସରରେ ଆଜି ବ୍ଲକସ୍ତରୀୟ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣିଙ୍କ ସଭାପତିତ୍ୱରେ ପରିଚାଳିତ ସଭାରେ ବିଡିଓ ଆରତୀ ସାହୁ, ତହସିଲଦାର ଅକ୍ଷୟ କୁମାର ରାଉତ, ବିଇଓ ସ୍ନିଗ୍ଧା ମିଶ୍ର ,ଏବିଡିଓ ସରୋଜ କୁମାର ନାୟକ, ଉପାଧ୍ୟକ୍ଷା ଦୀପସ୍‌ ସ୍ୱାଇଁ ଓ ସ୍ଥାନୀୟ ସରପଞ୍ଚ ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିବା ସହ ଶିଶୁମାନଙ୍କର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ହୋଇଥିଲା। ସଂଗୀତ ଓ ବକ୍ତତା ପ୍ରତଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବାର ସ୍ଥିର ହୋଇଥିବା ବେଳେ ରଚନାରେ ନୂଆପାଟଣା ପ୍ରାଥମିକ ସ୍କୁଲର ୫ମ ଶ୍ରେଣୀ ଛାତ୍ରୀ ଶୁଭଦର୍ଶିନୀ ଦାସ, ଦଣ୍ଡିଲୋ ୟୁଜିୟୁପି ସ୍କୁଲର ଅନିଷ କୁମାର ବେହେରା ଓ ସତ୍ୟଭାମାପୁର ନେଡ଼ାଲ ହାଇସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ନାୟକ ପ୍ରମୁଖ ପୁରସ୍କୃତ ହୋଇଥିଲେ ।

ସମ୍ବନ୍ଧିତ ଖବର