ପୁତ୍ର ସନ୍ତାନ ଜନ୍ମ ଦେଲା ସିମ୍ପାଞ୍ଜି ପୂର୍ଣ୍ଣିମା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦ ନମ୍ବର ‘କ’ ଖୁଆଡ଼ରେ ସିମ୍ପାଞ୍ଜି ପୂର୍ଣ୍ଣିମା(୨୦) ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛି। ବୃଦ୍ଧ ସମ୍ପାଞ୍ଜି ଜୁଲୁ ଓ ପୂର୍ଣ୍ଣିମା ଔରସରୁ ଏହା ହେଉଛି ଚତୁର୍ଥ ସନ୍ତାନ। ଏହି ନବଜାତକ ସିମ୍ପାଞ୍ଜିକୁ ମିଶାଇ ନନ୍ଦନକାନନରେ ସମ୍ପାଞ୍ଜି ସଂଖ୍ୟା ୭ରେ ପହଞ୍ଚିଛି। ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି ଓ ସେମାନଙ୍କ ସ୍ବତନ୍ତ୍ର ଯତ୍ନ ପାଇଁ ଅଲଗା ଖୁଆଡ଼କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ୧୯୯୪ ମସିହା ଜୁନ୍ ୧୬ରେ ଅଣ୍ଡିରା ଜୁଲୁ ଓ ମାଈ ପମ୍ପେଟାଙ୍କୁ ସିଙ୍ଗାପୁର ଚିଡ଼ିଆଖାନାରୁ ଏଠାକୁ ଅଣାଯାଇଥିଲା। ଏହି ଦୁଇ ଯୋଡ଼ିଙ୍କଠାରୁ ଏଠାରେ ସିମ୍ପାଞ୍ଜି ବଂଶ ବୃଦ୍ଧି ହୋଇ ହୋଇ ବର୍ତ୍ତମାନ ୭ରେ ପହଞ୍ଚିଛି। ୨୦୦୧ ଜୁନ୍ ୯ରେ ଜୁଲୁ ଓ ପମ୍ପେଟା ଗର୍ଭରୁ ପୂର୍ଣ୍ଣିମା ଜନ୍ମ ନେଇଥିଲା। ତେବେ ଏହା ପୂର୍ବରୁ ୧୯୯୮ ମେ’ ୧୨ରେ ଜନ୍ମ ହୋଇଥିବା ବର୍ଷା ମାତ୍ର ୬ ମାସ ଜୀବିତ ରହିବା ପରେ ତା’ର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଜୁଲୁ ଓ ପୂର୍ଣ୍ଣିମା ଔରସରୁ ମୋଟ ୪ଟି ଛୁଆ ଜନ୍ମଲାଭ କରିଛନ୍ତି।

ସମ୍ବନ୍ଧିତ ଖବର