ଭୁବନେଶ୍ୱର : ଚିନ୍ତା ଓ ଚେତନାର ୪୦ତମ ବର୍ଷା ଉତ୍ସବ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ସଂସ୍କୃତି ବିଭାଗ, ସିଆର୍ପିଏଫ, କମିସନରେଟ ପୁଲିସ, କିଟ୍ ବିଶ୍ୱବିଦ୍ୟାଳୟ, ଏମ୍ସିଏଲର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ମହୋତ୍ସବକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍ଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, କଳାକାର ଓ ଲେଖକ ଯୋଗଦେବାକୁ ସ୍ୱୀକୃତି ଦେଇଛନ୍ତି।
ଏହି ଅବସରରେ ରାଜ୍ୟପାଳ ଶ୍ରୀ ଲାଲଙ୍କୁ ‘ନୀଳଚକ୍ର’ ସମ୍ମାନ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ଦୁଇଦିନରେ ଓଡ଼ିଶାର ବିଶିଷ୍ଟ କଳାକାର, ସୃଜନର ଶିଳ୍ପୀ, ଦିଲ୍ଲୀର ବିଶିଷ୍ଟ ସୀତାର ବାଦକ ସୁବ୍ରତ ଦେ, ତବଲାବାଦକ ଅମିତାଭ ସେନ ଓ ଉସ୍ତାଦ ଜମିର ଖାନ, ବିଶିଷ୍ଟ ନୃତ୍ୟାଙ୍ଗନା ବୀଣା ସିଂ ଶେଷାଦ୍ରି, ପ୍ରଫେସର ରାମହରି ଦାସ ଓ ଡଃ. ବିଜୟ କୁମାର ଜେନା ପ୍ରମୁଖ ଶାସ୍ତ୍ରୀୟ ବର୍ଷା ସଂଗୀତ ଓ ନୃତ୍ୟ ପରିବେଷଣ କରିବେ।