ବିଶିଷ୍ଟ ଗବେଷକ ଡ.ଚିନ୍ତାମଣି ବଳିୟାରସିଂହଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ କବି, ସାହିତ୍ୟିକ, ଗବେଷକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂଗଠକ, ଓଡ଼ିଶା ସଚିବାଳୟର ଅବସରପ୍ରାପ୍ତ ଅନୁଶାସନ ସଚିବ ଡ. ଚିନ୍ତାମଣି ବଳିୟାରସିଂହଙ୍କର ବୁଧବାର ସନ୍ଧ୍ୟାରେ ତାଙ୍କ ବଡ଼ଗଡ଼ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ପୁତ୍ର, କନ୍ୟା, ପୁତ୍ରବଧୂ, ଜ୍ୱାଇଁ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ସାହିତ୍ୟିକ, ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ ସଂଗଠକ, ରାଜନେତା, ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଡ. ବଳିୟାରସିଂହ ବିଭିନ୍ନ ଐତିହାସିକ ଘଟଣାବଳୀ ଓ ସ୍ଥାନର ଗବେଷଣା କରିବା ସହ ସାହିତ୍ୟ ସାଧନା ସମେତ ଓଡ଼ିଶାର ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳା ଓଡ଼ିଶୀ ସଂକୀର୍ତ୍ତନ, ଲଉଡ଼ି, ଓଗାଳ, ରାମତାଳି, ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ, ଖଞ୍ଜଣି ଭଜନ ଓ ଅନ୍ୟ ଲୋକକଳା କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରି ତାହାର ବିକାଶ ସାଧନ ନିମିତ୍ତ ଚେଷ୍ଟିତ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର