ଭୁବନେଶ୍ୱର : ରାଜଧାନୀରେ ଚାଲୁଛି ଚିଟଫଣ୍ଡ। ଅଧିକ ସୁଧ ହାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ। ମଞ୍ଚେଶ୍ବର ଥାନାରେ ଏଭଳି ଅଭିଯୋଗ ପହଞ୍ଚିବା ପରେ ପୁଲିସ କେସ୍ ନଂ-୩୦୨ ଏବଂ ଆଇପିସି ଦଫା-୪୨୦,୩୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଡୁମୁଡୁମା ଅଞ୍ଚଳର ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ସେ ଓ ଅନ୍ୟ ୪ଜଣ ଯୁବକଯୁବତୀ ସତ୍ୟବିହାର ଅଞ୍ଚଳରେ ଥିବା ଏକ ଅର୍ଥଲଗାଣକାରୀ ସଂସ୍ଥାରେ ୩ଲକ୍ଷ ୨୦ ହଜାର ଟଙ୍କା ବିନିଯୋଗ କରିଥିଲେ। ୨୦୨୦ ସେପ୍ଟେମ୍ବରରେ ଏହି ଟଙ୍କା ଜମା କରାଯାଇଥିଲା। ମାସିକ ୫ ପ୍ରତିଶତ ସୁଧ ହାରରେ ବର୍ଷକ ପରେ ଟଙ୍କା ମିଳିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ବର୍ଷେ ପୂରିବା ପରେ ଜମାକାରୀମାନେ ଟଙ୍କା ଫେରସ୍ତ ମାଗିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ଏକ ଦେୱାନୀ ମାମଲା ବୋଲି ଥାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/chitfund-bk.jpg)