ଚକଲେଟ୍‌ ଅଲ୍‌ ରାଉଣ୍ଡର-୨: ତୃତୀୟ ଦିନରେ ୮ ଜଣ ଫାଇନାଲିଷ୍ଟ

ଭୁବନେଶ୍ବର: ଓଡ଼ିଶାର ନମ୍ବର-୧ ତଥା ଲୋକପ୍ରିୟ ଏଫ୍‌ଏମ୍‌ ଚ୍ୟାନେଲ୍‌ ରେଡିଓ ଚକଲେଟ୍‌ ୧୦୪ ଏଫ୍ଏମ୍‌ ପକ୍ଷରୁ ଆଜି ତୃତୀୟ ଦିନରେ ୨ଟି କଲେଜରେ ଚ‌କଲେଟ୍‌ ଅଲ୍‌ରାଉଣ୍ଡର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୧ଟାରେ ସେଣ୍ଟ୍ର‌ାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଂଜିନିୟରିଂ ଆଣ୍ଡ୍‌ ଟେକ୍‌ନୋଲୋଜି (ସିପେଟ୍‌)ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କଲେଜର ଅଧ୍ୟକ୍ଷ ସୟଦ ଅମାନୁଲ୍ଲାଙ୍କ ଉପସ୍ଥିତିରେ ୩୭ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି ଅପରାହ୍ନରେ ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ସ୍‌ରେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଚିତ୍ତରଞ୍ଜନ ସାହାଣୀଙ୍କ ତତ୍ତ୍ବାବଧାନରେ ୬୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୀତ, ନାଚ, ମିମିକ୍ରି, ଏକକ ଅଭିନୟ ଆଦି ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ନାଭ୍ୟା ଜାଇତି ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ସିପେଟ୍‌ର ଈଶ୍ବର ଚନ୍ଦ୍ର ସାମଲ, ଶୁଭମ୍‌ କୁମାର ପଣ୍ଡା, ଶିବପ୍ରସାଦ ମିଶ୍ର, ପି. ଯଶୋବନ୍ତ ଏବଂ ହାଇଟେକ୍‌ରୁ ଗିରୀଶ ଚନ୍ଦ୍ର ସେନାପତି, ପପୁ ପଲାଇ, ସ୍ବାଗତିକା ସାହୁ, ବୈଶାଳୀ ମେହେର ଫାଇନାଲିଷ୍ଟ ହୋଇଛନ୍ତି। ପ୍ରତିଯୋଗିତାକୁ ଆର୍‌ ଜେ କୋମଲ, ଆାର୍‌ଜେ ଅନିଲ, ଆର୍‌ଜେ ନିଭି ଓ ଆର୍‌ଜେ ନୀଲ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର