ଚକଲେଟ୍‌ ଅଲ୍‌ରାଉଣ୍ଡର୍ ସିଜିନ୍-୨: ଦମ୍ ଦେଖାଇଲା ସି. ଭି. ରମଣ କଲେଜ

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ରେଡିଓ ଚକଲେଟ୍‌ ୧୦୪ ଏଫ୍ଏମ୍ ପକ୍ଷରୁ ଆୟୋଜିତ ଚକଲେଟ୍‌ ଅଲ୍‌ରାଉଣ୍ଡର୍ କାର୍ଯ୍ୟକ୍ରମ ସି.ଭି. ରମଣ କଲେଜ ଅଫ୍ ଇଞ୍ଜିନିୟରିଂରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ୩୭ ଜଣ ଛାତ୍ରଛାତ୍ରୀ ଭାଗ ନେଇ ନାଚ, ଗୀତ, ଏକକ ଅଭିନୟ ଆଦି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିଲେ। ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ନାଭ୍ୟା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପ୍ରତିଭା ପ୍ରଦର୍ଶନକୁ ବିଚାର କରି ଜୀବନ ଦୀପ, ଅମୀଷା ଗଉଡ଼, ସାଗର ସ୍ୱରୂପ୍ ଓ ସତ୍ୟପ୍ରିୟା ପ୍ରଧାନଙ୍କୁ ଫାଇନାଲିଷ୍ଟ ଭାବେ ଯୋଗ୍ୟ ବିବେଚିତ କରିଥିଲେ। ଫାଇନାଲିଷ୍ଟମାନେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ନିଜର ପ୍ରତିଭାକୁ ଆଉ ଥରେ ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମକୁ ଆର୍‌ଜେ ନିଲ୍ ଓ ଆର୍‌ଜେ କୋମଲ୍ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର