ଖୁବ ଶୀଘ୍ର ହେବ ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌ ଫିନାଲେ

ଭୁବନେଶ୍ୱର: ଖୁବ ଶୀଘ୍ର ଓଡ଼ିଶାର ନମ୍ବର ଓ୍ଵାନ୍‌ ଏଫ୍‌ଏମ୍‌ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର ଫିନାଲେ’ ଅନୁଷ୍ଠିତ ହେବ। ଫିନାଲେ ପୂର୍ବରୁ ବିଭିନ୍ନ କଲେଜରେ ଅନୁଷ୍ଠିତ ହେଉଥିବା ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଅଷ୍ଟମ ଦିନ। ହାଇଟେକ୍‌ ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୬୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ହାଇଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଡ. ତିରୁପତି ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ଚିତ୍ତରଞ୍ଜନ ସାହାଣୀ ଯୋଗ ଦେଇଥିଲେ। ନାଚ, ଗୀତ, କମେଡି, ମିମିକ୍ରି, ଏକକ ଅଭିନୟ ଆଦି ପ୍ରତିଯୋଗିତାରେ ଦିବ୍ୟା ଭାରତୀ, ଶୁଭଦର୍ଶିନୀ ଓ ସୁଶ୍ରୀ ମୋନାଲିସା ଫାଇନାଲକୁ ଉନ୍ନୀତ ହୋଇ ଟେକ୍‌ନୋ ଏବଂ ଓରାଇମୋ ତରଫରୁ ପୁରସ୍କାର ହାସଲ କରିଥିଲେ। ରାପିଡୋ ବାଇକ୍‌ ଟାକ୍ସି ପକ୍ଷରୁ ପାଞ୍ଚଜଣ ପ୍ରତିଯୋଗୀଙ୍କୁ ହେଲ୍‌ମେଟ୍‌ ପ୍ରଦାନ କରାଯାଇଥିଲା। ଅମ୍ବୃତ ଓ୍ଵାଟର, ଟେକ୍‌ନୋ ମୋବାଇଲ୍ସ, ଓରାଇମୋ, ଏଲ୍‌ ଆଇ ସି, ଲକ୍ଷ୍ମୀ ମୋବାଇଲ୍ସ, ବରାକାକରା, ରାପିଡୋ ବାଇକ ଟାକ୍ସି, ଏସ୍‌ବିଆଇ, ସଫଲ, ଓ୍ଵାଟ୍‌ସ କୁକିଂ ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିବା ବେଳେ ହିନ୍ଦୁସ୍ଥାନ ଆଡଭରଟାଇଜିଙ୍ଗ ଏଜେନ୍ସି ଆଉଟଡୋର୍‌ ପାର୍ଟନର୍‌ ଥିଲେ।

ସମ୍ବନ୍ଧିତ ଖବର