ସପ୍ତମ ଦିନରେ ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର

ଭୁବନେଶ୍ୱର: ଓଡ଼ିଶାର ନମ୍ବର ଓ୍ଵାନ୍‌ ଏଫ୍‌ଏମ୍‌ ରେଡିଓ ଚକ୍‌ଲେଟ୍‌ ଦ୍ୱାରା ଆରମ୍ଭ ହୋଇଥିବା ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର ପ୍ରତିଯୋଗିତା ଆଜି ସପ୍ତମ ଦିନରେ ପହଞ୍ଚିଛି। କେଏମ୍‌ବିବି କଲେଜରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୩୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ନାଚ, ଗୀତ, କମେଡି ଆଦି ପ୍ରତିଯୋଗିତାରେ ସିଦ୍ଧାର୍ଥ ମହାନନ୍ଦା, ସ୍ୱୟାଂଶୁ ଅଭିଷେକ ଓ ଶୁଭଦର୍ଶିନୀ ସାହୁ ଫାଇନାଲକୁ ଉନ୍ନୀତ ହୋଇ ଟେକ୍‌ନୋ ଏବଂ ଓରାଇମୋ ତରଫରୁ ପୁରସ୍କାର ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆର୍‌ଜେ ନୀଲ୍‌ ଓ ଆର୍‌ଜେ କୋମଲ ପରିଚାଳନା କରିଥିବା ବେଳେ ମାନସ ପଢ଼ିଆରୀ, ଶ୍ରୀକାନ୍ତ ପଣ୍ଡା, ବେଦ ପ୍ରକାଶ, ବ୍ୟୋମକେଶ ଓ ତାପସ ସହଯୋଗ କରିଥିଲେ। ଅମ୍ବୃତ ଓ୍ଵାଟର, ଟେକ୍‌ନୋ ମୋବାଇଲ୍ସ, ଓରାଇମୋ, ଏଲ୍‌ ଆଇ ସୀ, ଲକ୍ଷ୍ମୀ ମୋବାଇଲ୍ସ, ବରାକାକରା, ରାପିଡୋ ବାଇକ ଟାକ୍ସି, ଏସ୍‌ବିଆଇ, ସଫଲ, ଓ୍ଵାଟ୍‌ସ କୁକିଂ ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିବା ବେଳେ ହିନ୍ଦୁସ୍ଥାନ ଆଡଭର୍ଟାଇଜିଙ୍ଗ ଏଜେନ୍ସି ଆଉଟଡୋର୍‌ ପାର୍ଟନର୍‌ ଥିଲେ। ତେବେ ଆଗକୁ ଆଉ ଦୁଇଟି କଲେଜରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର