ଭୁବନେଶ୍ବର: ଜାନୁଆରି ୧୩ରୁ ପୁରୁଷ ହକି ବିଶ୍ବକପ୍ ଆରମ୍ଭ ହେଉଥିବାବେଳେ ସାରା ରାଜଧାନୀ ସଜେଇ ହେଉଛି। ଏହି କ୍ରୀଡ଼ା ମହାକୁମ୍ଭକୁ ଆଉ ପ୍ରାୟ ୨୦ଦିନ ଥିବାବେଳେ ଏବେଠୁ ରାଜଧାନୀବାସୀଙ୍କ ମଧ୍ୟରେ ହକି କ୍ରେଜ୍ ଦେଖିବାକୁ ମିଳିଲାଣି। ଆଜି ୱାର୍ଡ ୩୮ର ବାସିନ୍ଦାମାନେ ହକି ବିଶ୍ବକପ୍‌କୁ ନଜରରେ ରଖି ଚକ୍‌ ଦେ କାର୍ଯ୍ୟକ୍ରମ‌ ଆୟୋଜନ କରିଛନ୍ତି।

Advertisment

ଏଥିରେ ୱାର୍ଡର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଝୋଟିରେ ହକି ବିଶ୍ବକପ୍‌କୁ ସ୍ବାଗତ କରିବା ସହ ନିଜ ଘର ସମ୍ମୁଖ ଓ କାନ୍ଥରେ ବିଭିନ୍ନ ରଙ୍ଗବେରଙ୍ଗର ଝୋଟି ଆଙ୍କିଛନ୍ତି। ୱାର୍ଡବାସୀଙ୍କ ଆଗ୍ରହକୁ ଦେଖି ସ୍ଥାନୀୟ କର୍ପୋରେଟର ଝରଣାରାଣୀ ପତି ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ନୃତ୍ୟ ଏବଂ ମ୍ୟୁଜିକ ଚେୟାର ଖେଳ ଆୟୋଜନ କରିଥିଲେ।