‘ସମ୍ମମ୍‌’ରେ ସିଆଲୋଏଣ୍ଡୋସ୍କୋପିକ୍‌ ଚିକିତ୍ସା ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ଲାଗି ସମ୍ ଅଲ୍‌ଟିମେଟ ମେଡିକେୟାର ବା ସମ୍ମମ୍‌ରେ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଚିକିତ୍ସା ଆରମ୍ଭ ହୋଇଛି। ଏହା ଏକ ଅତ୍ୟାଧୁନିକ ପଦ୍ଧତି। ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସୂକ୍ଷ୍ମ ଏଣ୍ଡୋସ୍କୋପି ଜରିଆରେ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଉଛି।

ବନେଶ୍ବରର ୩୦ବର୍ଷର ଜଣେ ଯୁବକଙ୍କ ଲାଳ ଗ୍ରନ୍ଧିରେ ପଥର ସୃଷ୍ଟି ହୋଇଥିବା ବେଳେ ସିଆଲୋଏଣ୍ଡୋସ୍କୋପିକ ପଦ୍ଧତିରେ ତାହାକୁ ବାହାର କରାଯାଇଛି। ‘ସମ୍ମମ୍‌’ର ଇଏନ୍‌ଟି ଓ ସ୍କଲ ବେସ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ଯୁବକଙ୍କ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପୂର୍ବରୁ ଏହି ସମସ୍ୟା ପାଇଁ ବେକର କିଛି ଅଂଶକୁ କାଟି ସଂପୂର୍ଣ୍ଣ ସାଲାଇଭାରି ଗ୍ଲାଣ୍ଡକୁ ବାହାର କରାଯାଉଥିଲା। ଯାହାଫଳରେ ବେକରେ ଏକ ବଡ଼ ଦାଗ ରହିଯାଉଥିଲା। ହେଲେ ସିଆଲୋଏଣ୍ଡୋସ୍କୋପିକରେ ୧.୩ ମି.ମିର ଏକ ଛୋଟ ଏଣ୍ଡୋସ୍କୋପିକୁ ସାଲାଇଭାରୀ ଗ୍ଲାଣ୍ଡ ଡକ୍ଟ ଭିତରକୁ ଭର୍ତି କରାଯାଇ ପରୀକ୍ଷା ଓ ଚିକିତ୍ସା କରାଯାଇଥାଏ। ଶରୀରରେ ଜଳୀୟ ଅଂଶ କମିବା ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ହେଲେ ଲାଳ ଗ୍ରନ୍ଥୀରେ ପଥର ସୃଷ୍ଟି ହୋଇଥାଏ। ପ୍ରଚୁର ପରିମାଣର ଜଳୀୟ ପଦାର୍ଥ ଗ୍ରହଣ ନ କଲେ ଲାଳ ଜମାଟ ବାନ୍ଧିଥାଏ ଓ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଲାଳ ସୃଷ୍ଟି ହୋଇ ନ ପାରେ ସାଲାଇଭାରୀ ଡକ୍ଟରେ ପଥର ସୃ‌ଷ୍ଟି ହୋଇଥାଏ ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର