ଭୁବନେଶ୍ୱର: ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କର ବୁଧବାର ସକାଳେ ପରଲୋକ ଘଟିଛି। ଦୀର୍ଘ ଦିନ ଧର ସେ ଅସୁସ୍ଥ ଥିଲେ ଓ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ମୃତ୍ୟୁ ବେଳକୁ ୫୬ ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଚଳଚ୍ଚିତ୍ର ଜଗତ ଓ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ସମ୍ବାଦ’ ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ରାଧାନାଥ ମହାପାତ୍ର ରାଜ୍ୟର ଜଣେ ଜଣାଶୁଣା ଚଳଚ୍ଚିତ୍ର ସାମ୍ବାଦିକ ଥିଲେ । ସେ ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ପ୍ରକାଶିତ ଚଳଚ୍ଚିତ୍ର ପତ୍ରିକା ‘ସିନେ ସମ୍ବାଦ’ର ସଂଯୋଜକ ଥିଲେ। ଏଥିସହ ସେ ବିଭିନ୍ନ ସମୟରେ ଦୈନିକ ‘ସମୟ’ ଓ ‘ଧରିତ୍ରୀ’, ‘ପ୍ରମେୟ’ ଓ ‘ନିତିଦିନ’ରେ ବରିଷ୍ଠ ସହ-ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସିନେକ୍ରିଟିକ ଆସୋସିଏସନ ସହ ସକ୍ରିୟ ଭାବେ ଜଡ଼ିତ ରହିବା ସହ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରିର ସଦସ୍ୟ ଥିଲେ। ୧୯୬୨ ମସିହାରେ ପୁରୀରେ ତାଙ୍କର ଜନ୍ମ ହୋଇଥିଲା । ଚଳଚ୍ଚିତ୍ର ସଂପର୍କୀତ ଆଲୋଚନା ସହ ସେ ଓଡ଼ିଆ ସଂସ୍କୃତି ଆଧାରିତ ବହୁ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି।