ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଆଇଏସଏଫ ବିମାନବନ୍ଦର ୟୁନିଟ୍‌ର ୧ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର: ଫନି କ୍ଷୟକ୍ଷତି ପରେ ରାଜ୍ୟରେ ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ ପାଇଁ ସହାୟତାର ହାତ ବଢ଼ାଇଛି ଭୁବନେଶ୍ବର ବିମାନବନ୍ଦର ସିଆଇଏସଏଫ ୟୁନିଟ। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସିଆଇଏସଏଫର ଏକ ପ୍ରତିନିଧିଦଳ ଭେଟି ୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସିଆଇଏସଏଫ/ବିପିଆଇଏ ଅଧିକାରୀ ଓ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଏହି ଅର୍ଥ ଦାନ କରିଛନ୍ତି। ଏହି ମହତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଭୁବନେଶ୍ବର ବିମାନବନ୍ଦର ସିଆଇଏସଏଫ ୟୁନିଟ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର