ଭୁବନେଶ୍ବର : ୧୯୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରୀୟ ଶିଳ୍ପାଞ୍ଚଳ ସୁରକ୍ଷା ବଳ(ସିଆଇଏସ୍ଏଫ୍)କୁ ୫୦ ବର୍ଷ ପୂରିଛି। ଚଳିତ ବର୍ଷ ସିଆଇଏସ୍ଫ୍ ପକ୍ଷରୁ ସାରା ଦେଶରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ଆଜି ବିଜୁ ପଟ୍ଟନାୟକ ପାର୍କରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାର୍କ ସମେତ ଶିଶୁ ଭବନ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ସଫା କରାଯାଇଛି। ଭୁବନେଶ୍ବର ୟୁନିଟ୍ର ଡେପୁଟି କମାଣ୍ଡାଣ୍ଟ୍ ଭିଭିଏସ୍ ଗୌତମଙ୍କ ନେତୃତ୍ବରେ ୧୧୨ଜଣ ଯବାନ ଓ ଅଧିକାରୀ ଏହି ସଫେଇରେ ସାମିଲ ହୋଇଥିଲେ। ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଦୀର୍ଘ ଏକଘଣ୍ଟା କାଳ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ୧୦ ତାରିଖ ପର୍ଯ୍ୟନ୍ତ ରକ୍ତଦାନ, ସ୍ବାସ୍ଥ୍ୟ ଶିବିର, ପ୍ରେରଣାଦାୟକ ବାର୍ତ୍ତା ଆଦି କାର୍ଯ୍ୟକ୍ରମ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp