ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା ଏସ୍ଏମ୍ଏସ୍ ଗେଟ୍ରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସେଠାରେ ରାତି ଡ୍ୟୁଟିରେ ଥିବା ଜଣେ ସିଆଇଏସ୍ଏଫ୍ ଯବାନ ନିଜ ସର୍ଭିସ୍ ରିଭଲଭରରୁ ଗୁଳି ମାରି ଜୀବନ ହାରିଛନ୍ତି। ଯବାନଙ୍କ କାନ ପାଖରେ ମୁଣ୍ଡରେ ଗୁଳି ବାଜିଛି। ପିସ୍ତଲ୍ରେ ଏବେ ୩ଟି ଜୀବନ୍ତ ଗୁଳି ଥିବା ବେଳେ ଗୋଟିଏ ଗୁଳି ଫୁଟିଛି। ଟାଙ୍ଗରପାଲି ପୁଲିସ ପିସ୍ତଲ୍କୁ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି। ଆସନ୍ତାକାଲି ମୃତ ଯବାନଙ୍କ ପରିବାର ବର୍ଗ ପହଞ୍ଚିବା ପରେ ପୋଷ୍ଟମର୍ଟମ୍ କରାଯିବା ନେଇ ସୂଚନା ରହିଛି।
ମୃତ ଯବାନ ୨୨ ବର୍ଷୀୟ ଅଭିନନ୍ଦ ପିକେଙ୍କ ଘର କେରଳର କନୁର ଜିଲ୍ଲାରେ। କିଛି ଦିନ ହେଲା ସେ ଛୁଟିରେ ଯାଇଥିଲେ। ଦୁଇ ଦିନ ପୂର୍ବରୁ ଆସି ଡ୍ୟୁଟି ରେ ଯୋଗ ଦେଇଥିଲେ। ଟାଙ୍ଗରପାଲି ଥାନା ପୁଲିସ୍ ସବୁ ଦିଗରୁ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)