ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ସିଆଇଏସ୍ଏଫ୍ ଯବାନଙ୍କ ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଛି। ମିଳିଥିବା ସୂଚନା ମୁତାବକ, ଅକ୍ଟୋବର ୨୨ ତାରିଖରେ ମଧ୍ୟାହ୍ନ ୨ଟା ବେଳେ ପି ଦସ୍ତାଗିରି ନାମକ ଜଣେ ବ୍ୟକ୍ତି ହାଇଦ୍ରାବାଦ ଯିବା ପାଇଁ ବିମାନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସିଆଇଏସ୍ଏଫ୍ ଏସ୍ଆଇ ମହେନ୍ଦ୍ର କୁମାର ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ସଙ୍ଗେ ସଙ୍ଗେ ତାଙ୍କୁ ଆପୋଲୋ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା କରିଥିଲେ। ଉପଯୁକ୍ତ ସମୟରେ ଡାକ୍ତରଖାନାରେ ପହଞ୍ଚି ଥିବାରୁ ବ୍ୟକ୍ତିଜଣକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ବୋଲି ଡାକ୍ତର ସୂଚନା ଦେଇଥିଲେ। ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସିଆଇଏସ୍ଏଫ୍ ଏ ସଂପର୍କରେ ପି ଦସ୍ତାଗିରି କାର୍ଯ୍ୟରତ ଥିବା କମ୍ପାନିକୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଖବର ଦେଇଛି। ତେବେ ସିଆଇଏସ୍ଏଫ୍ ଏସ୍ଆଇ ମହେନ୍ଦ୍ର କୁମାରଙ୍କ ଉପସ୍ଥିତ ବୁଦ୍ଧି ଓ ସଠିକ ନିଷ୍ପତ୍ତି ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇପାରିଛି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ବଞ୍ଚାଇଦେଲେ ସିଆଇଏସ୍ଏଫ୍ ଯବାନ
/sambad/media/post_attachments/wp-content/uploads/2020/10/f89h7f98h7sf7sfh89hfssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)