ଭୁବନେଶ୍ୱର: ସିଆଇଟିୟୁ ଆହ୍ଵାନରେ ରେଳବାଇର ଘରୋଇକରଣ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ରେଳ ସଦନ, ଭୁବନେଶ୍ୱର ସମ୍ମୁଖରେ ସିଆଇଟିୟୁ ଭୁବନେଶ୍ୱର କମିଟି ତରଫରୁ ପ୍ରତିବାଦ କରାଯାଇଛି।
କେନ୍ଦ୍ରର ମୋଦୀ ସରକାର ପ୍ରଥମ ଦଫାରେ ୧୦୯ ଟି ଘରୋଇ ରେଳ ଗାଡି ଚଳାଇବାକୁ ନେଇଥିବା ନିଷ୍ପତ୍ତିର ତୀବ୍ର ବିରୋଧ କରାଯାଇଛି। କେନ୍ଦ୍ର ସରକାର କେତେଗୁଡିଏ ଷ୍ଟେସନକୁ ଘରୋଇ କମ୍ପାନି ହାତରେ ଟେକି ଦେଇଛନ୍ତି । ଏବେ ରେଳୱେକୁ ସଂପୂର୍ଣ୍ଣ ଘରୋଇକରଣ କରିବାକୁ ଯାଉଛନ୍ତି। ଯାହାଫଳରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯିବ ବୋଲି ଅଭିଯୋଗ ହୋଇଛି।
ମୋଦୀ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ତାଲାବନ୍ଦ ସମୟରେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ ସଂସ୍ଥାକୁ କର୍ପୋରେଟମାନଙ୍କ ହାତକୁ ଟେକି ଦେଇ ଚାଲିଛନ୍ତି । ଯାହାକି ଦେଶ ବିରୋଧୀ ପଦକ୍ଷେପ ବୋଲି କୁହାଯାଉଛି।
ଅନ୍ୟପଟେ ବିରୋଧ ପ୍ରତିବାଦ ତୀବ୍ର ହେବାର ଲକ୍ଷରେ କରୋନା ବାହାନାରେ ଆନ୍ଦୋଳନ ଚପାଇଦେବା ପାଇଁ ପୁଲିସକୁ ବ୍ୟବହାର କରି ଆନ୍ଦୋଳନକାରୀଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରୁଛି। ଯାହାକି ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ଆଜିର ଆନ୍ଦୋଳରେ କେନ୍ଦ୍ର ଓ ରାଜ ସରକାର ସିଆଇଟିୟୁ ଭୁବନେଶ୍ୱର କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ରାଉତରାୟ, ସହ ସଂପାଦକ ପ୍ରଭାତ ପାଣିଗ୍ରାହୀ ତୀବ୍ର ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁଷ୍ମନ୍ତ ଦାସ, ମନୋରଞ୍ଜନ ସାହୁ ପ୍ରମ୍ମୁଖ ମୋଦୀ ସରକାରଙ୍କ ଘରୋଇକରଣ ନିତୀକୁ ନିନ୍ଦା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/WhatsApp-Image-2020-07-17-at-14.03.08.jpeg)