ଭୁବନେଶ୍ବର: ରାଜ୍ୟରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରବାସୀଙ୍କୁ ସାମିଲ କରି ବିଭିନ୍ନ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ସେଥିମଧ୍ୟରୁ ଆଜି ୱାର୍ଡ ନଂ ୫୩ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ସେହିପରି ଅଞ୍ଚଳର ୮ଟି ବିଜୁ ଆଦର୍ଶ କଲୋନିର ମିସନ ଶକ୍ତିର ସଦସ୍ୟାମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗିତା, ମ୍ୟୁଜକ ଚେୟାର, କୁନିକୁନି ପିଲାମାନଙ୍କ ଦ୍ୱାରା ଚିତ୍ରାଙ୍କନ ଏବିଂ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।

Advertisment

ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେ, ସ୍ଥାନୀୟ କର୍ପୋରେଟର ମହାମାୟା ସ୍ୱାଇଁ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଜୋନାଲ ଡେପୁଟି କମିସନର ପ୍ରିୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।