ପଟିଆରେ ହେବ ସିଟି ବସ୍‌ ଡିପୋ : କ୍ଷେତ୍ର ପରିଦର୍ଶନ କଲେ ବିଡିଏ ଅଧିକାରୀ

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀରେ ୨୦୦ଟି ନୂଆ ସିଟି ବସ୍‌ ଚାଲିବାକୁ ଥିବାବେଳେ ଏହାର ରହଣି ପାଇଁ ପଟିଆ ଓ ପାତ୍ରପଡ଼ାରେ ଦୁଇଟି ଟର୍ମିନାଲ ବା ବସ୍‌ ଡିପୋ ହେବ। ଏଥିପାଇଁ ବିଡିଏ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିବାବେଳେ ଆଜି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରିଛନ୍ତି। କିପରି ବସ୍‌ ପାର୍କିଂ ହେବ, କେଉଁଠି କ’ଣ କ’ଣ ସୁବିଧା ଉପଲବ୍ଧ ହେବ, କିପରି ସମସ୍ତ କାର୍ଯ୍ୟ ଅକ୍ଟୋବର ସୁଦ୍ଧା ଶେଷ ହେବ ସେନେଇ ବିଡିଏ ଉପାଧ୍ୟକ୍ଷ ଆଲୋଚନା କରିଛନ୍ତି। ଏଠାରେ ୧୦୦ ବସ୍‌ ପାର୍କିଂ ହେବା ଭଳି ବ୍ୟବସ୍ଥା ରହିବ। ଏହାସହ ଗ୍ୟାରେଜ୍‌, ଶୌଚାଳୟ, ସର୍ଭିସ୍‌ ଷ୍ଟେସନ୍‌, ଡ୍ରାଇଭର୍‌ ବିଶ୍ରାମାଗାର, ମାର୍କେଟ୍‌ କମ୍ପ୍ଲେକ୍ସ ଆଦି ନିର୍ମାଣ ହେବ।

ସମ୍ବନ୍ଧିତ ଖବର