ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଓମ୍ଫେଡ ୍ ଛକ ନିକଟରେ ଏକ ସିଟି ବସ ଧକ୍କାରେ ଜଣେ ବାଇକ ଆରାହୀଙ୍କର ମୃତ୍ୟ ଘଟିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇବା ବସକୁ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ନେଇ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରୋ ଆନ୍ଦୋଳନ ପ୍ରତ୍ୟାହାର ହୋଇଛିି। ଦୁର୍ଘଟଣା ଘଟାଇଥିବା ବସର ଡ୍ରାଇଭର ଓ ହେଲ୍ପର ଫେରାର ହୋଇ ଯାଇଥିବା ବେଳେ ମୃତ ବାଇକ ଆରୋହୀଜଣକ ଜଣେ ଡାକ୍ତର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ ଚନ୍ଦ୍ରଶେଶଖରପୁର ପେଟ୍ରୋଲ ପମ୍ପ ଓ ଓମଫେଡ ଛକ ମଧ୍ୟରେ ମା ଯୋଗମାୟା ନାମକ ଏକ ସିଟି ବସ ଦୃତଗତିରେ ଆସୁଥିବା ବେଳେ, ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାାସ୍ଥଳରେ ହିଁ ବାଇକ ଆରେହୀଙ୍କର ମୃତ୍ୟୁ ଘଟିଥିଲା। ବାଇକ ଆରାହୀଜଣକ ହେଉଛନ୍ତି ଡା. ବସନ୍ତ ରାଉତ। ଡା. ରାଉତ ଅନୁଗୁଳ ଜିଲ୍ଲା ମୁଖ୍ୟଚିକତ୍ସାଳୟରେ ମେଡିସିନ ସ୍ପେସାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ।
ଭୁବନେଶ୍ୱର: ବସ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/08/Bhubaneswar-Accident_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)