ସିଭିଲ୍‌ ସୋସାଇଟି ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର : ଚିଟ୍‌ଫଣ୍ତ ଓ ବ୍ଲାକରୋଜ ଦୁର୍ନୀତିର ସିବିଆଇ ତଦନ୍ତ ତୁରନ୍ତ ସମାପ୍ତ କର। ଦୁର୍ନୀତିରେ ସମ୍ପୃକ୍ତ ସମସ୍ତ ରାଜନେତା ଏବ˚ ପ୍ରଶାସକଙ୍କୁ ତୁରନ୍ତ ଗିରଫ କର। ଏଭଳି ଦୃଢ଼ ଦାବି କରି ଆଜି ସିଭିଲ୍‌ ସୋସାଇଟି ତରଫରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘ ଶତାଧିକ କର୍ମୀ ୟୁନିଟ୍-୮ ଡିଏଭି ଛକରୁ ଏକ ଶୋଭାଯାତ୍ରାରେ ଆସି ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଚିଟ୍‌ଫଣ୍ତ କମ୍ପାନିମାନଙ୍କ ଦ୍ବାରା ସାଧାରଣ ଲୋକଙ୍କଠାରୁ କୋଟି କୋଟି ଅର୍ଥ ହଡ଼ପ କରାଯାଇଥିଲା। ୨୦୧୪ରେ ସୁପ୍ରିମ୍‌ କୋର୍ଟ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁର୍ନୀତିରେ ସମ୍ପୃକ୍ତ ରାଜନେତା ଏବ˚ ପ୍ରଶାସନିକ ଅଧିକାରୀମାନଙ୍କୁ ସିବିଆଇ ପକ୍ଷରୁ ଜେରା କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଫଳରେ ୪ ବର୍ଷ ହେଲା ଏହି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ୁନି। ରାଜ୍ୟ ଏବ˚ କେନ୍ଦ୍ର ସରକାରଙ୍କ ମଧ୍ୟରେ ଭିତିରି ବୁଝାମଣା ଯୋଗୁ ତଦନ୍ତକୁ ଚାପି ଦିଆଯାଇଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଅବସରରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସିବିଆଇ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ୧୫ଦିନ ମଧ୍ୟରେ ତଦନ୍ତ ନଆଗେଇଲେ ନୂଆଦିଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ବିକ୍ଷୋଭରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, କାହ୍ନୁଚରଣ ବେଉରା, ସ˚ଯୁକ୍ତା ପାଣିଗ୍ରାହୀ, ସୁଧୀର ମହାନ୍ତି, ପ୍ରତାପ ସାହୁ, ମେନକା କିନ୍ନର, ଭକ୍ତିରଞ୍ଜନ ପଲାଇ, ସଞ୍ଜୟ ସାହୁଙ୍କ ସମେତ ଶତାଧିକ ସାମାଜିକକର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର