ସିଭି ରମଣରେ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ‘ସୃଷ୍ଟି-୨୦୧୮’

ଭୁବନେଶ୍ୱର: ସିଭି ରମଣ ଇଂଜିନିୟରିଂ କଲେଜରେ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ‘ସୃଷ୍ଟି-୨୦୧୮’ ଉଦ୍‌ଘାଟିତ ହୋଇଯାଇଛି। ବଲିଉଡ୍‌ର ବ୍ୟାଡ୍‌ମ୍ୟାନ୍‌ ଗୁଲସନ୍‌ ଗ୍ରୋଭର୍‌ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଦୁଇ ଦିନିଆ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୧୦୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଚଳଚ୍ଚିତ୍ର ସାମାଜିକ ସମସ୍ୟା ଓ ତା’ର ସମାଧାନ ଉପରେ ଆଧାରିତ। ବୈଷୟିକ ଜ୍ଞାନ ହାସଲ କରୁଥିବା ଛାତ୍ରଛାତ୍ରୀମାନେ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ କଳା ଓ ସାମାଜିକ ସମସ୍ୟା ଉପରେ ଚନ୍ତାଧାରା ରଖୁଥିବାରୁ ମୁଖ୍ୟ ଅତିଥି ଶ୍ରୀ ଗ୍ରୋଭର ବେଶ୍‌ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରଂଶସା କରିଥିଲେ। ସେହିଭଳି ଅନ୍ୟତମ ଅତିଥି ଓଲିଉଡ୍‌ର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଏଭଳି ରୁଚି ଆଗାମୀ ଦିନରେ ଚଳଚ୍ଚିତ୍ର ଜଗତ ପାଇଁ ଶୁଭଙ୍କର ବୋଲି କହିଥିଲେ। ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟଚ୍ୟୁସନ୍‌ର ଚେୟାରମ୍ୟାନ୍‌ ଇଂ ସଂଜୀବ କୁମାର ରାଉତ, କଲେଜ ଅଧ୍ୟକ୍ଷ ପ୍ରଫେସର ଭବେଶ ଆଚାର୍ଯ୍ୟ ଓ ଡିନ୍‌ ଅଶ୍ୱିନୀ କୁମାର ସାମନ୍ତରାୟ ଏହି ଉତ୍ସବରେ ଯୋଗ ଦେଇ ଚଳଚ୍ଚିତ୍ର ନିର୍ମାତା ମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର