ଡ୍ରେନ୍ ମରାମତି ପାଇଁ ଉଚ୍ଛେଦ

ଭୁବନେଶ୍ବର: ବର୍ଷା ଦିନ ପାଖେଇ ଆସୁଥିବା ବେଳେ ରାଜଧାନୀରେ ଡ୍ରେନ୍‌ ସମସ୍ୟା ନେଇ ବିଏମ୍‌ସି ତତ୍ପର ହୋଇଉଠିଛି। ଆଜି ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳରେ ମିଳିତ ଉଚ୍ଛେଦକାରୀ ଦଳ ପକ୍ଷରୁ ଡ୍ରେନ୍‌ ଉପରେ ଗଢ଼ି ଉଠିଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ ସମୟ ଅଭାବରୁ ଅନ୍ୟ ଉଚ୍ଛେଦ ସଂପୂର୍ଣ୍ଣ ହୋଇପାରିନାହିଁ। ସୂଚନା ଅନୁସାରେ, ୧୦ନଂ ଡ୍ରେନ୍‌ରେ କଲଭର୍ଟ ନିର୍ମାଣ ପାଇଁ ଆଜି ୱାର୍ଡ ନଂ ୩୩ ଅଧୀନରେ ଥିବା ଝାରପଡ଼ାର ବୈରାଗୀନଗର ଅଞ୍ଚଳରେ ଉଚ୍ଛେଦ କରାଯାଇଥିଲା। ଗୋଟିଏ ବୁଲଡୋଜର୍‌ ଉଚ୍ଛେଦ କାମରେ ଲାଗିଥିଲା। ଉଚ୍ଛେଦରେ ୫ଟି ଦୋକାନ ସମେତ ୫ଶହ ଫୁଟ୍‌ର କାନ୍ଥକୁ ଭାଙ୍ଗି ଦିଆଯାଇଛି। ମାତ୍ର ଆଜି ଆହୁରି ୨ଟି ଉଚ୍ଛେଦ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ହେଁ ସମୟ ଅଭାବରୁ ଏହା ହୋଇପାରିନଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଛେଦସ୍ଥଳରେ ବିଡିଏ ଓ ବିଏମ୍‌ସର ଅଧିକାରୀ ଉପସ୍ଥିତ ଥିଲେ। କୌଣସି ପ୍ରକାର ଅଘଟଣ ପାଇଁ ୧ ପ୍ଲାଟୁନ୍ ଏପିଆର ଫୋର୍ସ ସହ ଗୋଟିଏ ସେକ୍ସନ୍‌ ମହିଳା ପୁଲିସ ମୁତୟନ ହୋଇଥିଲା।

ସମ୍ବନ୍ଧିତ ଖବର