ଐତିହ୍ୟ କ୍ଷେତ୍ରରେ ଦିନକୁ ତିନି ଥର ସଫେଇ

0

ଭୁବନେଶ୍ବର : ହକି ବିଶ୍ବକପ୍‌କୁ ନଜରରେ ରଖି ପୁରୁଣା ଭୁବନେଶ୍ବରର ଐତିହ୍ୟ କ୍ଷେତ୍ରରେ ଦିନକୁ ତିନି ଥର ସଫେଇ କରିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି। ସକାଳେ, ମଧ୍ୟାହ୍ନରେ ଓ ରାତିରେ ତିନିଥର ସଫେଇ ଆରମ୍ଭ ହୋଇଯାଇଛି। ଏଠାରେ ଥିବା ୱାର୍ଡ ୫୪, ୫୫ ଓ ୬୦ରେ ଏହି ସଫେଇ କାର୍ଯ୍ୟ ହେବାକୁ ଥିବାବେଳେ ପ୍ରତି ୱାର୍ଡ ପିଛା ୧୨ଜଣ ବଦଳରେ ୨୦ଜଣ ଲେଖାଏଁ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେହିପରି ଏହି ଅଞ୍ଚଳରେ ଅଧିକ ୨୦ଟି ଡଷ୍ଟବିନ୍ ଲାଗିବ। ଐତିହ୍ୟ କ୍ଷେତ୍ରରେ ଯେପରି ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ହେବନି ସେନେଇ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର