ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ କ୍ୟାପିଟାଲ ହସ୍ପିଟାଲରେ ସମୂହ ସଫେଇ କରାଯାଇଛି। ଏହାପରେ ରୋଗୀମାନଙ୍କୁ ଫଳ ବଣ୍ଟାଯାଇଛି। ସେହିପରି ନିକୋ ପାର୍କ ନିକଟ ସୁନାଦେଇ ମନ୍ଦିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆେୟାଜନ ହୋଇଥିବାବେଳେ ଏହାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
ଅପରାହ୍ନରେ ସତ୍ୟନଗରରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ସଂଧ୍ୟାରେ ରାମମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି କର୍ପୋରେଟର ଯୋଗଦେଇଥିଲେ।