ଭୁବନେଶ୍ବର: କଳିଙ୍ଗବିହାର କେ-୫ ଅଞ୍ଚଳରେ ଆଜି ୨ଜଣ ଦୁର୍ବୃତ୍ତ ସୁନା ଅଳଙ୍କାର ସଫା କରିବା ବାହାନାରେ ୫ଲକ୍ଷ ଟଙ୍କାର ଗହଣା ଲୁଟ୍ କରିଛନ୍ତି। ଅଳଙ୍କାର ମଧ୍ୟରେ ୩ଟି ସୁନା ମୁଦି, ଗୋଟିଏ ଲେଖାଏଁ ହୀରା ମୁଦି, ସୁନାହାର, ହଳେ ସୁନାଚୁଡ଼ି ରହିଥିବା ଅଭିଯୋଗକାରୀ ସୋନାଲି ବରାଳ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀଙ୍କ ସୂଚନା ମୁତାବକ, ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ତାଙ୍କ ଘରକୁ ୨ଜଣ ଯୁବକ ଆସି ବାସନକୁସନ ଓ ସୁନାଗହଣା ସଫା କରିବାକୁ ଉନ୍ନତ ଧରଣର ଡିଟରଜେଣ୍ଟ ଆଣିଥିବା କହିଥିଲେ। ସେମାନେ ପ୍ରଥମେ ତାଙ୍କର ଏକ ଷ୍ଟିଲ୍ ଥାଳି ଓ ଗ୍ଲାସ୍ ସଫା କରି ଦେଖାଇଥିଲେ। ପରେ ଯୁବକ ଦ୍ବୟ ସୁନାଗହଣା ଆଣି ସଫା କରାଇବା ପାଇଁ ସୋନାଲିଙ୍କୁ କହିଥିଲେ। ଏକ ପ୍ରେସର କୁକର୍ରେ କିଛି ପାଣି ଓ ହଳଦୀ ପକାଇ ସେଥିରେ ସୁନା ଗହଣା ପକାଇବାକୁ ସୋନାଲିଙ୍କୁ କହିଥିଲେ। ଏହାରି ଭିତରେ କୌଶଳ କରି ଯୁବକ ଦ୍ବୟ ସବୁ ସୁନା ନେଇ ପ୍ରେସର କୁକର୍ ପ୍ରାୟ ୧୫ମିନିଟ୍ ଗରମ କରିବାକୁ ସୋନାଲିଙ୍କୁ କହିଥିଲେ। ସୋନାଲି ପ୍ରେସର କୁକରରେ ସୁନା ଗରମ କରିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଦ୍ବୟ ଚମ୍ପଟ୍ ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/30-3.jpg)