କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ବର: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପକ୍ଷରୁ ଗତ ୨ ତାରିଖଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏକ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ ଅଭିଯାନ ଆରମ୍ଭ କରାଯାଇଛି। ଅତିରିକ୍ତ କେନ୍ଦ୍ରୀୟ ପିଏଫ୍‌ କମିସନର ପିଭି ସ୍ବାମୀ ଓ ଆଞ୍ଚଳିକ ପିଏଫ୍‌ କମିସନର ପିଭି ବର୍ମାଙ୍କ ନେତୃତ୍ବରେ ଆରମ୍ଭ କରାଯାଇଥିବାବେଳେ ଆଞ୍ଚଳିକ ଓ ଜୋନ୍‌ ସ୍ତରୀୟ କାର୍ଯ୍ୟାଳୟରେ ଆଞ୍ଚଳିକ ପିଏଫ୍‌ କମିସନର ଗୌରବ ମହାନ୍ତି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି।

ଏଥିରେ ବିଶେଷକରି ବିଭିନ୍ନ ପ୍ରକାର ସଫେଇ କାର୍ଯ୍ୟ ସହ ଆବର୍ଜନା ପରିଚାଳନା ଓ ସ୍ବଚ୍ଛ ଭାରତ ଅଭିଯାନ ଉପରେ କାର୍ଯ୍ୟ କରାଯାଉଛି। ଏକ ସୁସ୍ଥ ସୁନ୍ଦର ପରିବେଶ ଗଠନ କରିବା ଦିଗରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏଭଳି ସଫେଇ କାର୍ଯ୍ୟ ଚାଲୁ ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର