ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଓ୍ଵାଇଫାଇ ସମସ୍ୟା ନେଇ ଆଜି ଛାତ୍ରମାନଙ୍କ ସହ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଫେବ୍ରୁଆରି ୨ ସୁଦ୍ଧା ଓ୍ଵାଇଫାଇ ଠିକ୍ ଭାବେ କାର୍ଯ୍ୟକ୍ଷମ ହେବ। ଗୋଟିଏ ମାସ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାଯିବ। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଅଧିକ ସୁରକ୍ଷା କର୍ମୀ ନିୟୋଜନ କରିବାକୁ ବି କୁଳପତି ପ୍ର୍ରତିଶ୍ରୁତି ଦେଇଛନ୍ତି। କ୍ୟାମ୍ପସରେ ଅଚଳ ହୋଇ ପଡ଼ିଥିବା ଜିମ୍ର ମରାମତି ଲାଗି ୧୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଛାତ୍ର ବିଜେଡିର ସୌମ୍ୟରଞ୍ଜନ ମହାପାତ୍ର, ଇନ୍ଦ୍ରଜିତ୍ ସାହୁ, ମନୋରଞ୍ଜନ, ଅଚ୍ୟୁତ ବେହେରା, ନିତିଶ ଭୋଳ, ବସନ୍ତ ଦାଶ ପ୍ରମୁଖ କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ଛାତ୍ରୀନିବାସ ସମ୍ମୁଖରେ ଉଲଗ୍ନ ହୋଇ ନାଚୁଥିବା ଯୁବକଙ୍କୁ ଆଜି ସହିଦନଗର ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି।
ବାଣୀବିହାର ଓ୍ଵାଇଫାଇର ସମାଧାନ ହେବ
ଉଲଗ୍ନ ଯୁବକଙ୍କୁ କୋର୍ଟ ଚାଲାଣ
/sambad/media/post_attachments/wp-content/uploads/2017/11/Utkal_University.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)