ଭୁବନେଶ୍ୱରରେ ନିୟମ ମାନୁ ନ ଥିବା ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ

କୋରାନାଭାଇରସ୍‌ ମୁକାବିଲା ପାଇଁ ରାଜଧାନୀରେ ସକାଳ୬ରୁ ସନ୍ଧ୍ୟା ୬ଯାଏଁ ଖୋଲା ରହିବ ହାଟ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆସିବା ଉପରେ ବି କଟକଣା ଜାରି ହୋଇଥିଲା। ଏସବୁ ସତ୍ତ୍ୱେ ରାଜଧାନୀର କିଛି ଶିକ୍ଷାନୁଷ୍ଠାନ ଗଣଶିକ୍ଷା ବିଭାଗର ନିର୍ଦେଶକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ ଭତ୍ତିକରି ବୁଧବାର ରାଜଧାନୀରେ ନିୟମ ମାନୁ ନ ଥିବା ଶିକ୍ଷାନୁଷ୍ଠାନ ଉପରେ ଖୋର୍ଦ୍ଧା ବିଇଓ (ବ୍ଲକ୍‌ ଏଜୁକେସନ୍‌ ଅଫିସ୍‌)ନେତୃତ୍ୱରେ ଚଢ଼ାଉ ଆରମ୍ଭ ହୋଇଛି। ଏହି ଚଢ଼ାଉ ବିଭିନ୍ନ ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଣ୍ଟରରେ ଆଦି ଉପରେ କରାଯାଇଛି। ଏହି ଚଢ଼ାଉ ପାଇଁ ୪ଟି ସ୍କାର୍ଡ ଗଠନ କରଯାଇଛି। ନିୟମ ମାନୁ ନ ଥିବା ଶିକ୍ଷାନୁଷ୍ଠାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Image result for village maeket
YouTube

କରୋନାଭାଇରସ୍‌ ମୁକାବିଲା ପାଇଁ ରାଜଧାନୀର ସମସ୍ତ ହାଟ ଉପରେ ବିଏମ୍‌ସି କଟକଣା ଜାରି କରିଛି । ଏହି କଟକଣା ଅନୁଯାୟୀ, ଭୁବନେଶ୍ୱରରେ ସକାଳ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ହାଟ ଖୋଲା ରହିବ। କିନ୍ତୁ ସନ୍ଧ୍ୟା ୬ଟା ପରେ ୟୁନିଟ-୧, ୟୁନିଟ୍‌-୨, ସହିଦନଗର, ରୁଚିକା, ଇନ୍ଦ୍ରଧନୁ ଡେଲି ମାର୍କେଟ ଓ ଡମଣା ହାଟ ଆଦି ବନ୍ଦ ହୋଇଯିବ। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର