ଭୁବନେଶ୍ୱର: ଆଧୁନିକ ଗୀତର ତାଳେ ତାଳେ ଧିମା ଆଲୋକ ଓ ମଞ୍ଚର ଧୂଅାଁଳିଆ ପରିବେଶରୁ ବାହାରି ଆସୁଥିଲେ ସୁନ୍ଦର ସୁନ୍ଦର ମଡେଲ୍ମାନେ। ନିଜର ଚମତ୍କାର ମୁଖଭଙ୍ଗୀ ଓ ଆକର୍ଷଣୀୟ ରୂପରେ ଅନ୍ୟମାନଙ୍କୁ ପଛରେ ପକାଇ ଆଗକୁ ବଢ଼ିବାର ଥିଲା ଏକ ନିଆରା ନିଶା। ଅତ୍ୟାଧୁନିକ ପୋଷାକ ଓ ଷ୍ଟାଇଲିଷ୍ଟ୍ ଅନ୍ଦାଜ୍ରେ ବିଚାରକଙ୍କ ମନ ଜିଣିବାକୁ ଚାଲିଥିଲା କଡ଼ା ଟକ୍କର। ଅବସର ଥିଲା ‘ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ-୨୦୧୮’ର ଅଡିସନ୍। ଖାରବେଳନଗରସ୍ଥିତ ଏଫ୍ବିବି ବିଗ୍ ବଜାର ଷ୍ଟୋର୍ରେ ଆୟୋଜିତ ଏହି ଅଡିସନ୍ରେ ପ୍ରାୟ ୩୯ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରିୟା କୌସାଗାରା, ଐଶ୍ୱର୍ଯ୍ୟା ଜେନା ଓ ଶ୍ରୁତିକ୍ଷା ନାୟକ ସମସ୍ତଙ୍କୁ ପଛରେ ପକାଇ ଆଜିର ଅଡିସନ୍ରେ ଶ୍ରେଷ୍ଠ ତିନିରେ ସ୍ଥାନିତ ହେବା ସହ ଆସନ୍ତା ୨୨ରେ କୋଲ୍କାତାରେ ହେବାକୁ ଯାଉଥିବା ‘ପୂର୍ବାଞ୍ଚଳ କ୍ରାଉନିଂ ସେରିମୋନି’ରେ ଅଂଶଗ୍ରହଣ କରିବେ। କୋଲ୍କାତାର ସ୍ୱିସୋଟେଲ୍ ହୋଟେଲ୍ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମିସ୍ ଇଣ୍ଡିଆ ଛତିଶଗଡ଼, ମିସ୍ ଇଣ୍ଡିଆ ବିହାର, ମିସ୍ ଇଣ୍ଡିଆ ଝାରଖଣ୍ଡ, ମିସ୍ ଇଣ୍ଡିଆ ଓଡ଼ିଶା, ମିସ୍ ଇଣ୍ଡିଆ ସିକିମ୍, ମିସ୍ ଇଣ୍ଡିଆ ଆସାମ୍, ମିସ୍ ଇଣ୍ଡିଆ ମିଜୋରାମ୍, ମିସ୍ ଇଣ୍ଡିଆ ତ୍ରିପୁରା, ମିସ୍ ଇଣ୍ଡିଆ ମେଘାଲୟା, ମିସ୍ ଇଣ୍ଡିଆ ଅରୁଣାଞ୍ଚଳ ପ୍ରଦେଶ ମିସ୍ ଇଣ୍ଡିଆ ମଣିପୁର୍ ଓ ମିସ୍ ଇଣ୍ଡିଆ ପଶ୍ଚିମବଙ୍ଗ ଆଦି ୧୩ଟି ରାଜ୍ୟର ସୁନ୍ଦରୀମାନେ ଜୁନ୍ରେ ମୁମ୍ବାଇରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ଯୋଗ ଦେବେ। ଆଜିର ଅଡିସନ୍ରେ ଗତ ବର୍ଷର ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା କ୍ରିଷ୍ଟିନା ବିଜୁ ଓ ପଙ୍କଜା ସେଠୀ ବିଚାରକ ଭାବେ ଯୋଗ ଦେଇଥିଲେ। ‘ପୂର୍ବାଞ୍ଚଳ କ୍ରାଉନିଂ ସେରିମୋନି’ରେ ଫେମିନା ମିସ୍ ଇଣ୍ଡିଆ-୨୦୦୯ ତଥା ବଲିଉଡ୍ ଅଭିନେତ୍ରୀ ପୂଜା ଚୋପ୍ରା ଦାୟିତ୍ୱ ତୁଲାଇବେ।
ସରିଲା ‘ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ-ଅଡିସନ୍
ପ୍ରିୟା, ଐଶ୍ୱର୍ଯ୍ୟା ଓ ଶ୍ରୁତିକ୍ଷା ଶ୍ରେଷ୍ଠ ତିନି
/sambad/media/post_attachments/wp-content/uploads/2018/03/m21-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)