ଭୁବନେଶ୍ବର: ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ସହ ସମ୍ପୂର୍ଣ୍ଣ ଶାସ୍ତ୍ର ଆଧାରିତ ଏବଂ ସମସ୍ତ ବ୍ୟାକରଣ ସିଦ୍ଧାନ୍ତ ମିଶ୍ରଣରେ ଓଡ଼ିଶୀ ସଙ୍ଗୀତକୁ ସମକକ୍ଷ ଭାବେ ପରିବେଷଣ କରିଥିଲେ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମିର କଳାକାରବୃନ୍ଦ। ଏହାପରେ ଗୁରୁ ମୀରା ଦାଶ ଓଡ଼ିଶୀ ନୃତ୍ୟାଭିନୟ ‘ବଡ଼ ଆଚମ୍ବିତ ଦେଖିଲି ଗୋ ମିତ...’କୁ ଶାବରୀ ପଲ୍ଲବୀ ଓ ମଧୁସାରଙ୍ଗ ରାଗରେ ପରିବେଷଣ କରିଥିଲେ। ଅବସର ଥିଲା ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମିର ଷଷ୍ଠ ବାର୍ଷିକ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ‘ଓଡ଼ିଶୀ ରାଗ ମହୋତ୍ସବ’ର ଶେଷ ସଂଧ୍ୟା। ଏହି ଅବସରରେ ବିଶିଷ୍ଟ ତବଲା ଓ ମର୍ଦ୍ଦଳ ବାଦକ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଗୁରୁ ସିଂହାରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ଜୀବନବ୍ୟାପୀ ନୃତ୍ୟ ସାଧନା ପାଇଁ ଓଡ଼ିଶୀ ନୃତ୍ୟଶିଳ୍ପୀ ଚପଳା ମିଶ୍ରଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’ ଓ ଯୁବ ନୃତ୍ୟଗୁରୁ ଲିଙ୍ଗରାଜ ପ୍ରଧାନଙ୍କୁ ‘ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରଭାତ ତ୍ରିପାଠୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଙ୍ଗୀତ ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ଓ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଗୁରୁ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।
ସରିଲା ‘ଓଡ଼ିଶୀ ରାଗ ମହୋତ୍ସବ’
ପଣ୍ଡିତ ହରମୋହନ ଖୁଣ୍ଟିଆ, ଚପଳା ମିଶ୍ର ଓ ଲିଙ୍ଗରାଜ ପ୍ରଧାନ ସମ୍ମାନିତ
/sambad/media/post_attachments/wp-content/uploads/2018/10/m3-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)