ଭୁବନେଶ୍ବର: କୁଆଁର ପୁନେଇଁ ଜହ୍ନ ଗୋ... ଗୀତର ତାଳେ ତାଳେ ଝୁମୁଥିଲେ ନୃତ୍ୟଶିଳ୍ପୀ। ପାରମ୍ପରିକ ନୃତ୍ୟ ସହ ଶାସ୍ତ୍ରୀୟ ନୃତ୍ୟର ମହକ କୁମାର ପୁନେଇଁ ଉତ୍ସବରେ ଆହୁରି ନିଆରାପଣ ଢାଳିଥିଲା। ଅବସର ଥିଲା ‘ୟୁଥ୍’ ଓ ‘କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ’ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ କୁମାର ଉତ୍ସବ’। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବୀ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୀତାରାଣୀ ମହାନ୍ତିଙ୍କୁ ‘କୁମାରଶ୍ରୀ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଛି। ଏଥିସହ ଧାରାବାହିକ ଅଭିନେତା ପ୍ରଦୀପ ସାହୁ ଓ ଅଭିନେତ୍ରୀ ସୁଲଗ୍ନା ନାୟକ, ସାହିତ୍ୟିକା ମୌସୁମୀ ଦାସ, କ୍ରିକେଟ ତାରକା ରାଜେଶ ମହାନ୍ତି, ସ୍ବେଚ୍ଛାସେବୀ ମନସ୍ବିନୀ ପରିଡ଼ା ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରାଙ୍କୁ ‘ୟୁଥ୍ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି। ‘କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ’ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ୟୁଥ୍’ର ସଂପାଦକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଜଣାଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଶେଷ ହେଲା ରାଜ୍ୟସ୍ତରୀୟ, କୁମାର ଉତ୍ସବ
ଗୀତାରାଣୀ ମହାନ୍ତି ପାଇଲେ ‘କୁମାରଶ୍ରୀ ସମ୍ମାନ’
/sambad/media/post_attachments/wp-content/uploads/2018/10/m17-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)