ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବହୁ ଇଟାଭାଟି ବେଆଇନ ଭାବେ ଚାଲୁଥିଲେ ହେଁ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଇଟା ଭାଟିଗୁଡ଼ିକ ଦିନ ଦ୍ୱିପ୍ରହରରେ ନିୟମ ଭାଙ୍ଗୁଥିଲେ ହେଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉନଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅସନ୍ତୋଷ ପ୍ରକାଶ କରିଛି। ବିନା ଅନୁମତିରେ ନାଲି ଇଟାଭାଟି ଚାଲୁଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ଜିଲ୍ଲାପାଳଙ୍କୁ ଲେଖିଛନ୍ତି ଯେ, ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ, ଇଟାଭାଟି ଚଳାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଏନ୍ଓସି ଆଣିବାକୁ ହେବ। କିନ୍ତୁ ବାଲିଅନ୍ତାର ହୀରାପୁରରେ ଥିବା ‘ରଙ୍ଗା ବ୍ରିକ୍ସ’, ଧୋବାଲହାରେରେ ଥିବା ‘ରାମ ବ୍ରିକ୍ସ’ ଏବଂ ‘ରୁବି ବ୍ରିକ୍ସ’ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ କୌଣସି ଅନୁମତି ନେଇନାହାନ୍ତି। ଏହାବାଦ୍ ଏହି ତିନିଟି ଇଟାଭାଟିରେ ଗତିଶୀଳ ଲୁହା ଚିମିନି ବ୍ୟବହାର ହେଉଛି। ଯାହାକୁ ୨୦୦୩ରୁ ବନ୍ଦ କରାଯାଇଛି। ତେଣୁ ଏହି ତିନିଟି ଇଟାଭାଟି ଯେପରି ସଂପୂର୍ଣ୍ଣ ବନ୍ଦ ହେବ ସେନେଇ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ତିନିଟି ଇଟାଭାଟି ବନ୍ଦ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦ୍
/sambad/media/post_attachments/wp-content/uploads/2018/02/download-3-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)