ଡିଏଭିର‘ଅଭିବ୍ୟକ୍ତି’ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : ଉତ୍ତମ ବିଦ୍ୟାର୍ଥୀ ଗଢ଼ିବାରେ ସମସ୍ତଙ୍କର ସମପରିମାଣରେ ଦାୟିତ୍ୱ ରହିଛି। ମାତ୍ର ଛାତ୍ରଛାତ୍ରୀ ଜ୍ଞାନପିପାସୁ ହେବା ସହିତ ସମାଜ ସେଚତନ ହେବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ ବୋଲି ‘ଅଭିବ୍ୟକ୍ତି’ର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ଦେବବ୍ରତ ଦାଶ ମତ ଦେଇଛନ୍ତି। ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରର ଅଭିଭାବକ ଦିବସ ‘ଅଭିବ୍ୟକ୍ତି’ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠାନର ଚେୟାରମ୍ୟାନ୍‌ ମଦନ ମୋହନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ. କେଶବ ଚନ୍ଦ୍ର ଶତପଥୀ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀ ଜିଜ୍ଞାସା ସାହାଣୀଙ୍କ ଉପନ୍ୟାସ ସିୟାଜ୍‌ ନାଇଟ୍‌ ଆଉଟ୍‌କୁ ଜଷ୍ଟିସ୍‌ ଦାଶ ଉନ୍ମୋଚନ କରି ଜିଜ୍ଞାସାଙ୍କ ସୃଜନଶୀଳତାକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏଭି କଳିଙ୍ଗନଗର ଚେୟାରମ୍ୟାନ୍‌ ଶରତ ଚନ୍ଦ୍ର ମିଶ୍ର, ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ସମାଜସେବୀ ସୁଲତା ଦେଓ, ଆଇଜି ଆର୍‌.ପି. କୋଚେ, ବସନ୍ତମଞ୍ଜରୀ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ପରେ ପରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରାୟ ହଜାରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କୃତୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସଂଜିତା ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର