ଭୁବନେଶ୍ୱର : ଜୟଦେବ ବିହାର ସ୍ଥିତ ହୋଟେଲ ସ୍ୟାଣ୍ଡିଜ୍ ଟାଓ୍ଵାର ଠାରେ ୩ ଦିନିଆ ଓଡିଶା ହସ୍ପିଟାଲ ଫେୟାର ଅନୁଷ୍ଠିତ ହୋଇଯାଇଛି। ଇଭେଣ୍ଟ ପ୍ଲାନର ମଙ୍ଗଳମ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ମେଳାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ୱରର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଏବଂ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କର ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ୩ ଦିନ ଧରି ଅନୁଷ୍ଠିତ ଏହି ମେଳାରେ ସମଗ୍ର ଭାରତରୁ ପ୍ରାୟ ୭୦ଟି ଅଗ୍ରଣୀ ସରକାରୀ ଓ ଘରୋଇ ଚିକିତ୍ସାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ଔଷଧାଳୟ, ରୋଗନିଦାନ ପରୀକ୍ଷାଗାର ଏବଂ ବହୁ ଡାକ୍ତରୀ ସାମଗ୍ରୀ ନିର୍ମାଣକାରୀ ଅନୁଷ୍ଠାନମାନ ଅଂଶଗ୍ରହଣ କରି ଜନସାଧାରଣଙ୍କୁ ବିଭିନ୍ନ ପରାମର୍ଶ ଓ ସେବା ଯୋଗାଇ ଦେଇଥିଲେ। ସୁସ୍ଥ ସମାଜ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ମେଳା ଆୟୋଜନ କରାଯାଇଥିଲା ବୋଲି ମଙ୍ଗଳମ ପ୍ରାଇଭେଟ ଲିମିଟେଡ୍ର ପ୍ରତିଷ୍ଠାତା ଶ୍ରୀକାନ୍ତ ସାମଲ ଓ ଅପରାଜିତା ମହାପାତ୍ର ମତବ୍ୟକ୍ତ କରିଛନ୍ତି। ଏହି ମେଳା ଉଭୟ ଜନସାଧାରଣ ଓ ଚିକିତ୍ସାଳୟମାନଙ୍କ ପାଇଁ ଲାଭପ୍ରଦ ହୋଇପାରିଛି। ଡାକ୍ତରୀ ଉପକରଣ ସାମଗ୍ରୀ ନିର୍ମାତାମାନଙ୍କ ଦ୍ୱାରା ପ୍ରଦର୍ଶିତ ସାମଗ୍ରୀଗୁଡ଼ିକ ବିଷୟରେ ଲୋକମାନଙ୍କୁ ଜାଣିବାର ସୁଯୋଗ ଏହି ମେଳା ଯୋଗାଇ ଦେଇଥିଲା।
ଓଡ଼ିଶା ହସ୍ପିଟାଲ୍ ଫେୟାର୍ ଉଦ୍ଯାପିତ
/sambad/media/post_attachments/wp-content/uploads/2018/01/odisha-hospital-fair_jpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)