ଭୁବନେଶ୍ୱର : ଜୈନ ତେରାପନ୍ଥ ଆଚାର୍ଯ୍ୟ ମହାଶ୍ରମଣଙ୍କ ଅହିଂସା ଯାତ୍ରା ଅବସରରେ ଲକ୍ଷ୍ମୀସାଗରସ୍ଥିତ ମେଲଣ ପଡ଼ିଆଠାରେ ଅନୁଷ୍ଠିତ ବର୍ଦ୍ଧମାନ ମହୋତ୍ସବର ପ୍ରଥମ ଚରଣ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଆଚାର୍ଯ୍ୟ ମହାଶ୍ରମଣ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ। ନୈତିକତା, ସଦ୍ଭାବନା, ଅହିଂସା ଓ ନିଶାମୁକ୍ତି ଆଦି ଗୁଣକୁ ନିଜର ବ୍ୟକ୍ତିଗତ, ସାମାଜିକ ଓ ରାଷ୍ଟ୍ରୀୟ ଜୀବନରେ ସମସ୍ତେ ପାଳନ କଲେ ଦେଶ/ ରାଜ୍ୟର ଉନ୍ନତି ସମ୍ଭବ ବୋଲି ଏହି ଅବସରରେ ଆଚାର୍ଯ୍ୟ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ଆଚାର୍ଯ୍ୟଙ୍କ ଅହିଂସା ଯାତ୍ରାର ଉଦ୍ଦେଶ୍ୟ ସଫଳ ହେଉ ବୋଲି ଶୁଭକାମନା ଜଣାଇଥିଲେ। ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସାଂସଦ ତଥାଗତ ଶତପଥୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ସମିତି ଭୁବନେଶ୍ୱରର ସଭାପତି ପ୍ରକାଶ ଚନ୍ଦ୍ର ବେତାଲା, ମନ୍ସୁଖ୍ ସେଠୀଆ ଓ ସୁଭାଷ ଭୋରା ପ୍ରମୁଖ ଉପସ୍ଥିତ ଥିଲେ।
ବର୍ଦ୍ଧମାନ ମହୋତ୍ସବରେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2018/01/festi.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)