‘ଡକ୍ଟର ଅଗ୍ରଓ୍ଵାଲ୍‌ସ୍‌ ଚକ୍ଷୁ ଚିକିତ୍ସାଳୟ’ ଉଦ୍‌ଘାଟିତ

ଭୁବନେଶ୍ୱର : ଡକ୍ଟର ଅଗ୍ରଓ୍ଵାଲ୍‌ସ୍‌ ଚକ୍ଷୁ ଚିକିତ୍ସାାଳୟର ନୂତନ କେନ୍ଦ୍ର ଆଜି ସହିଦନଗରସ୍ଥିତ ବିଏମ୍‌ସି ଭବାନୀ ମଲ୍‌ରେ ଖୋଲିଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଗୁଣାତ୍ମକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ଚିକିତ୍ସା କେନ୍ଦ୍ର ସହାୟକ ହେବ ବୋଲି ସେ କହିଛନ୍ତି।

ଏହି ଚକ୍ଷୁ ଚିକିତ୍ସାଳୟରେ ଶ୍ରେଷ୍ଠ ଶ୍ରେଣୀର ସୁବିଧା ସୁଯୋଗ ଏବଂ ତାଲିମପ୍ରାପ୍ତ ଷ୍ଟାଫ୍‌, ମଡ୍ୟୁଲାର ଅପରେସନ୍‌ ଥିଏଟର ରହିଛି। ରୋଗୀଙ୍କ ସମ୍ପର୍କୀୟମାନେ ବାହାରେ ଥାଇ ଅସ୍ତ୍ରୋପଚାରକୁ ସିଧାସଳଖ ଦେଖିପାରିବେ। ଏହି ଅବସରରେ ଡକ୍ଟର ଅଗ୍ରଓ୍ଵାଲ୍‌ସ୍‌ ଗ୍ରୁପ୍‌ ଅଫ୍‌ ଆଇ ହସ୍‌ପିଟାଲ୍‌ସର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅମର ଅଗ୍ରଓ୍ଵାଲ କହିଛନ୍ତି ଯେ ଆମେ ଏହି ଅଞ୍ଚଳରେ ଆହୁରି ଅଧିକ ଚିକିତ୍ସାଳୟ ଖୋଲିବାକୁ ଲକ୍ଷ୍ୟ ରଖିଛୁ। ଏହି ସୁପର ସ୍ପେସିଆଲିଟି ଚକ୍ଷୁ ଚିକିତ୍ସା କେନ୍ଦ୍ର ଗ୍ଲୋକୁମା, ଡାଇବେଟିସ୍‌ ରେଟିନୋପାଥି, ମଡ୍ୟୁଲାର ଡିଜେନେରେସନ୍‌, ସ୍କ୍ଵିଂଟ୍‌, ସ୍ୱଚ୍ଛ ପଟଳ ସମସ୍ୟା, କସ୍‌ମେଟିକ୍‌ ଅକ୍ୟୁଲୋପ୍ଲାଷ୍ଟି, ୟୁଭିଇଏ ଏବଂ ଶିଶୁ ଯତ୍ନ ଆଦି ଚିକିତ୍ସା ସୁବିଧା ପ୍ରଦାନ କରିବ। ଏହି ହସ୍‌ପିଟାଲ୍‌ରେ ଲାବୋରେଟୋରି, ଫାର୍ମାସି ଏବଂ ଅପ୍ଟିକାଲ୍‌ ଶାଖା ଭଳି ସୁବିଧା ମଧ୍ୟ ରହିବ ଯାହା ଉଚ୍ଚ ଗୁଣ ମାନର ଏବଂ ଅଗ୍ରଣୀ ବ୍ରାଣ୍ଡ୍‌ର ଫ୍ରେମ୍‌ ଏବଂ ଲେନ୍‌ସ ପ୍ରଦାନ କରିବ। ୧୦ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଏହି ଚକ୍ଷୁ ଚିକିତ୍ସାଳୟ ଖୋଲାଯାଇଛି।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ସଚିବ ଡକ୍ଟର ପି କେ ମେହେର୍ଦା ଏବଂ କଂପାନିର ଭୁବନେଶ୍ୱର ଚିକିତ୍ସା କେନ୍ଦ୍ରର ମୁଖ୍ୟ ଡକ୍ଟର ବିଜୟ କୁମାର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର