ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ପରିବାରରେ ବାପା-ମାଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ସମାଜର ବିକାଶ ପାଇଁ କାମ କରିବାକୁ ସେମାନଙ୍କୁ ନବୀନ ଆହ୍ବାନ କରିଛନ୍ତି । ଏଥସହ ସେ କହିଥିଲେ, ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଆ ଜାତି ଓ ଅସ୍ମିତାକୁ ରକ୍ଷା କରିବା ପାଇଁ କାମ କର। ଓଡ଼ିଆ ଜାତିର ସମୃଦ୍ଧି ପାଇଁ ବିଶେଷ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ପଢ଼ ଓ ଜାଣ। ସାମାଜିକ ଗଣମାଧ୍ୟମ ହେଉଛି ବର୍ତ୍ତମାନ ଖବର ପ୍ରସାରଣର ମୁଖ୍ୟସ୍ରୋତ। ଯେଉଁମାନେ ସରକାର ଓ ଦଳ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ତାଙ୍କୁ ରୋକ। ସରକାରଙ୍କ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ତୁମର।
Sambad is now on WhatsApp
Join and get latest news updates delivered to you via WhatsApp