କଟକ: ଆଜି ପୂରା କଟକ ଜିଲ୍ଲାରୁ ସମୁଦାୟ ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ସହରରୁ ମୋଟ୍ ୨୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୨ ଜଣ ଗୃହ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ସରକାରୀ ସଂଗରୋଧରୁ ଓ ୮୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ରହିଛି। କଟକ ମହାନଗର ନିଗମ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ତେବେ କଟକରୁ ୧୦୧ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ରହିଛି।
/sambad/media/post_attachments/wp-content/uploads/2020/09/EhE38LuU4AAoFqE-241x300.jpg)
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଏସ୍ସିବି ଆଇସୋଲେସନରୁ ଜଣେ ୭୦ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୪୩ ଜଣ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ମହିଳା ଚିହ୍ନଟ ହୋଇଛନ୍ତି। ସେହିପରି ଗୃହ ସଂଗରୋଧ କେନ୍ଦ୍ରରୁ କେବଳ କ୍ୟାଣ୍ଟନ୍ମେଣ୍ଟ ରୋଡ୍ରୁ ୧୭ଟି ମାମଲା ଚିହ୍ନଟ ହୋଇଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ନୂଆବଜାରରୁ ୬ ଜଣ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/EhE368aVkAAchJn-241x300.jpg)
ସୂଚନାଯୋଗ୍ୟ, ଏବେ ସୁଦ୍ଧା କଟକରୁ ସମୁଦାୟ ୫୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୮୧୧ ଜଣ ସୁସ୍ଥ ହୋଇ ସାରିଲେଣି। ୨ଟି କରୋନା ଜନିତ ମୃତ୍ୟୁୁ ଘଟିିଥିବା ବେଳେ ସମୁଦାୟ ୧,୯୫୬ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/227-from-ctc-corona-04_Thumb.jpg)