ଭୁବନେଶ୍ୱର : ରେଡ଼ିଓ ଚକ୍ଲେଟ୍ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାସଲ କରିଛି । ରେଡ଼ିଓ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରେଡ଼ିଓ ଚକ୍ଲେଟ୍କୁ ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ଚୟନ କରାଯାଇଥିଲା । ରବିବାରଦିନ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରେଡ଼ିଓ ଚକ୍ଲେଟ୍ ପ୍ରତିନିଧି ରାଜା ସ୍ୱାମୀନାଥନ ଏହି ପୁରସ୍କାର ଗ୍ରହଣ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସମାଜରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟକ୍ରମ ପ୍ରସାରଣ କ୍ଷେତ୍ରରେ ନିଜର ଅବଦାନ ପାଇଁ ରେଡ଼ିଓ ଚକ୍ଲେଟ୍କୁ ଏହି ସମାରୋହରେ ପ୍ରସଂଶା କରାଯାଇଥିଲା । ସିଏମଏସବି ବା କାଉନସିଲ ଫର ମିିଡିଆ ଏଣ୍ଡ୍ ସାଟେଲାଇଟ୍ ବ୍ରଡକାଷ୍ଟିଂ ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାମାନଙ୍କୁ ସମ୍ମାନିତ କରିଥାଏ ।
ଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବାଦ ଗ୍ରୁପ ଅଧିନରେ ଆସୁଥିବା ରେଡ଼ିଓ ଚକଲେଟ୍ ଓଡ଼ିଶାର ନଂ୧ ଏଫଏମ ରେଡ଼ିଓ ଷ୍ଟେସନର ମାନ୍ୟତା ପାଇଛି । ଏହା ୪ ମେ ୨୦୦୭ରେ ଆରମ୍ଭ ହୋଇଥିଲା ।