ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦୁଇ ଦିନ ପରେ ଶୀତଲହର ଓଡ଼ିଶାକୁ ଫେରିବ ବୋଲି ଆଶା କରାଯାଉଛି।
ଜାନୁଆରି ୧୭ରୁ ରାଜ୍ୟର ଉଭୟ ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ଏବଂ ଶୀତ ଲହର ବଢ଼ିବାର ସମ୍ଭାବନା ରହିଛି।
ଭୁବନେଶ୍ୱର-କଟକ ତାପମାତ୍ରା ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ପାଣିପାଗ ବିଭାଗ ଅନୁଯାୟୀ, ପଶ୍ଚିମାଝଡ଼ର ପ୍ରଭାବରେ ଘନ କୁହୁଡ଼ି ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ କମିଯିବ। ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରୁ ଶୀତଲହର ବଢ଼ିବ।
ରାଜ୍ୟର ବିଚ୍ଛିନ୍ନ ଅଞ୍ଚଳ ଉପରେ ଘନ କୁହୁଡ଼ି ଚେତାବନୀ ମଧ୍ୟ ଜାନୁୟାରୀ ୧୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଭୁବନେଶ୍ୱରରେ ଥିବା ଆଇଏମଡିର ଆଞ୍ଚଳିକ କେନ୍ଦ୍ର ଏହାର ପୂର୍ବାନୁମାନରେ କହିଛି ଯେ, ଭୁବନେଶ୍ୱରରେ ତାପମାତ୍ରା ହ୍ରାସ ପାଇବ।
Minimum Temperature Forecast for next 5 days#Odisha #WINTER pic.twitter.com/ij8GDFirYq
— Meteorological Centre, Bhubaneswar (@mcbbsr) January 15, 2025
ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଭିତରେ ସେବାୟତଙ୍କର ହୃଦଘାତରେ ମୃତ୍ୟୁ
ଜାନୁଆରୀ ୧୬ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧୭ ରୁ ୧୮ ଡିଗ୍ରି ସେଲସିୟସ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏହା ପରଦିନ ତାପମାତ୍ରା ୧୩ ଡିଗ୍ରି ସେଲସିୟସକୁ ଖସିବାର ସମ୍ଭାବନା ରହିଛି। କଟକ ସହରର ତାପମାତ୍ରା ଏହି ସମୟ ମଧ୍ୟରେ ୧୪ ଡିଗ୍ରିରୁ ୧୨ ଡିଗ୍ରିକୁ ଖସିଯିବ ବୋଲି ପୂର୍ବାନୂମାନ କରାଯାଇଛି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନ : ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଲା ଆପ୍