ରାଜଧାନୀରେ ଛାତ୍ର ସଂସଦ ନିର୍ବାଚନ, ୩ କ୍ୟାମ୍ପସ୍‌ ସମ୍ବେଦନଶୀଳ

ଭୁବନେଶ୍ବର: ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଛାତ୍ର ସ˚ସଦ ନିର୍ବାଚନ। କ୍ଲାସରେ ପ୍ରାର୍ଥୀଙ୍କ ପ୍ରଚାର ଆଜି ଶେଷ ହୋଇଛି। ବୁଧବାର କ୍ୟାମ୍ପସରେ ଅନୁଷ୍ଠିତ ହେବ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ। ଏଥିପାଇଁ ଭୁବନେଶ୍ବରରେ ଥିବା ସବୁ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଛି। ସହରର ଗୋଟିଏ ବିଶ୍ବବିଦ୍ୟାଳୟ ଓ ୫ଟି କଲେଜରେ ଏଥର ନିର୍ବାଚନ ହେଉଛି। ସେଥିମଧ୍ୟରୁ ୩ଟି କ୍ୟାମ୍ପସକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଯେଉଁଥିରେ ବିଜେବି ସ୍ବୟ˚ଶାସିତ ମହାବିଦ୍ୟାଳୟ, ମହର୍ଷି କଲେଜ ଅଫ୍‌ ‌େନଚୁରାଲ ଲ’ ଓ କ୍ୟାପିଟାଲ ଲ’ କଲେଜ ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୁଧବାର ଓ ଗୁରୁବାର ଦିନ ଉକ୍ତ ୩ଟି କ୍ୟାମ୍ପସରେ ଏକ ପ୍ଲାଟୁନ୍‌ ଲେଖାଏ ପୁଲିସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଛାତ୍ର ବିଜେଡି ଓ ଏବିଭିପି ମଧ୍ୟରେ ଲଢେ଼ଇ ହେଉଥିଲେ ମଧ୍ୟ ଗଣ୍ତଗୋଳ ପରିସ୍ଥିତି ଉପୁଜିବାର ଆଶଙ୍କା କମ୍‌ ରହିଛି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ତାହାକୁ ଦୃଷ୍ଟିରେ ରଖି ସହିଦନଗର ଥାନା ପୁଲିସ ପକ୍ଷରୁ ଏହି କ୍ୟାମ୍ପସ ନିକଟରେ ଅଧିକ ମହିଳା ପୁଲିସ ଅଧିକାରୀଙ୍କୁ ନିୟୋଜିତ କରିବାକୁ ସ୍ଥିର ହୋଇଛି। ଏକାମ୍ର କଲେଜ ଉପରେ ବି କଡ଼ା ନଜର ରଖାଯାଇଛି। କୌଣସି ଅଘଟଣ ଏଡ଼ାଇବାକୁ ପୁଲିସ ପ୍ରସ୍ତୁତ ରହିଛି ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବାତ୍ୟା ‘ତିତ୍‌ଲି’କୁ ନେଇ ଆଶଙ୍କାରେ ପ୍ରାର୍ଥୀ
ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଅପେକ୍ଷାରେ କଲେଜ କର୍ତୃପକ୍ଷ

କମଳା ନେହେରୁରେ ଦଳୀୟ ପତାକା
ପ୍ରଚାରର ଶେଷ ଦିନରେ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଥିଲା। ଲିଙ୍ଗଡୋ କମିସନ୍‌ଙ୍କ ନିୟମ ଅନୁଯାୟୀ କୌଣସି ପ୍ରାର୍ଥୀ ରାଜନୈତିକ ଦଳର ଚିହ୍ନ କିମ୍ବା ପତାକା ବ୍ୟବହାର କରିପାରିବେ ନାହିଁ। କିନ୍ତୁ ଏଠାରେ କେବଳ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ଜଣେ ପ୍ରାର୍ଥୀଙ୍କ ସମର୍ଥକମାନେ କ୍ୟାମ୍ପସ ମୁଖ୍ୟ ଫାଟକ ନିକଟରେ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ପତାକା ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ଅନ୍ୟ ସଂଗଠନ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

‘ତିତ୍‌ଲି’ ଅଶଙ୍କାରେ ବଦଳିଲା ସ୍ଥାନ
‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ବୁଧବାର ହେବାକୁ ଥିବାବେଳେ ବାତ୍ୟା ‘ତିତ୍‌ଲି’କୁ ନେଇ କଲେଜ କର୍ତ୍ତୃପକ୍ଷ ଚିନ୍ତାପ୍ରକଟ କରିଛନ୍ତି। ବର୍ଷାକୁ ଦୃ‌ଷ୍ଟିରେ ରଖି ବିଜେବି କଲେଜ କର୍ତୃପକ୍ଷ ଶେଷ ମୁହୂର୍ତ୍ତରେ ସ୍ଥାନ ବଦଳାଇଛନ୍ତି। ପେଣ୍ଡାଲ୍‌ରେ ବୈଠକ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ତାହାକୁ ୧୦୨ ନମ୍ବର ହଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ବୈଠକ ସରିବା ପରେ ପ୍ରାର୍ଥୀମାନଙ୍କୁ ନେଇ ନିର୍ବାଚନ ସମ୍ପର୍କିତ ବୈଠକ କରାଯିବ। ଏଥିରେ ପ୍ରାର୍ଥୀଙ୍କୁ ନିର୍ବାଚନର ନିୟମ ବିଷୟରେ କୁହାଯିବ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରେକ୍ଷାଳୟ‌େର ବୁଧବାର ପୂର୍ବାହ୍ଣରେ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ମହର୍ଷି, ଏକାମ୍ର, କମଳା ନେହେରୁ ଓ କ୍ୟାପିଟାଲ ଲ’ କଲେଜର ‌େବୖଠକ କ୍ୟାମ୍ପସ ବାହାରେ ନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ୧୦ ଓ ୧୧ ତାରିଖରେ ବାତ୍ୟା ହେବାକୁ ଥିବାରୁ କଲେଜ କର୍ତୃପକ୍ଷ ନିର୍ବାଚନ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର