ପୁରୁଣା ଭୁବନେଶ୍ୱର: ଆଜି ଲିଙ୍ଗରାଜ ରେଳ ଷ୍ଟେସନ୍ଠାରେ ଯୁକ୍ତ ୨ ପଢ଼ୁଥିବା ଜଣେ କଲେଜ ଛାତ୍ରୀ ଟେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ତେବେ ଛାତ୍ରୀ ଜଣକ ଚଳନ୍ତା ଟ୍ରେନ୍କୁ ଡେଇଁବା ବେଳକୁ ତାଙ୍କର ୨ ସାଙ୍ଗ ଉଦ୍ଧାର କରିବାରୁ ସେ ଅଳ୍ପକେ ବର୍ତି ଯାଇଛନ୍ତି। ଛାତ୍ରୀ ଜଣକ ଏବେ କ୍ୟାପିଟାଲ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପିପିଲି ଥାନା ଅଧୀନ ରେତଙ୍ଗ ଗ୍ରାମର ପିଙ୍କି ସେଠୀ ଏୟାରଫିଲ୍ଡ ଥାନା ଅଧୀନ ଏକାମ୍ର କଲେଜ୍ରେ ଯୁକ୍ତ ୨ରେ ପଢ଼ନ୍ତି। ଆଜି ଅପରାହ୍ନ ସାଢ଼େ ୩ଟାରେ କଲେଜ୍ ଛୁଟି ହେବା ପରେ ସେ ତାଙ୍କ ଦୁଇ ସାଙ୍ଗଙ୍କ ସହ ଲିଙ୍ଗରାଜ ରେଳ ଷ୍ଟେସନ୍କୁ ଯାଇଥିଲେ। ସେମାନେ ଘରକୁ ଯିବା ପାଇଁ ଷ୍ଟେସନ୍ରେ ବସି ଟ୍ରେନ୍କୁ ଅପେକ୍ଷା କରିଥିବାବେଳେ ପିଙ୍କିର ଫୋନ୍ ଆସିଥିଲା। ସେ ଫୋନ୍ରେ କାହା ସହ ପାଟିତୁଣ୍ଡ କରିଥିଲେ। ଆଉ ଫୋନ୍ ରଖିବା ପରେ ମାଲବାହୀ ଟ୍ରେନ୍ ଆସୁଥିବା ଦେଖି ଟ୍ରେନ୍ ଲାଇନ୍ ଆଡ଼କୁ ଡେଇଁ ଚାଲି ଯାଇଥିଲେ। ତାଙ୍କ ଦୁଇ ସାଙ୍ଗ ପିଙ୍କିଙ୍କ ଉଦ୍ଦେଶ୍ୟ ବୁଝି ପାରି ତାଙ୍କୁ ଟ୍ରେନ୍ ଲାଇନ୍ରୁ ଘୋଷାଡ଼ି ଆଣିବାରୁ ସେ ନିଶ୍ଚିତ ମୃତ୍ୟୁ ମୁହଁରୁ ବର୍ତି ଯାଇଥିଲେ। ତେବେ ପିଙ୍କି ଟ୍ରେନ୍ ଲାଇନ୍ରେ ପଡ଼ି ଆହତ ହୋଇଥିଲେ। ଏହି ଖବର ପାଇ ତାଙ୍କ ଭାଇ ସେଠାରେ ପହଞ୍ଚିବା ସହ ପିଙ୍କିଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ପିଙ୍କିଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍ ପଡ଼ିବା ସହ ଗୋଡ଼ହାତରେ ଆଘାତ ଲାଗିଛି।
ଟ୍ରେନ୍ ଆଗକୁ ଡେଇଁ କଲେଜ ଛତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
/sambad/media/post_attachments/wp-content/uploads/2017/11/train-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)