ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର, ଦିନକରେ ୩୪୯ୟୁନିଟ୍‌ ସଂଗ୍ରହ

ଭୁବନେଶ୍ବର: ଆଜି ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରୁ ମୋଟ ୩୪୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ସେଥିମଧ୍ୟରୁ ଭୁବନେଶ୍ବର ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁଙ୍କ ଦ୍ବାରା ଆୟୋଜିତ ଶିବିରରେ ସତ୍ୟନଗର ନବୀନ ବସ୍ତିର ଦୁଇ ଜଣ ଦୃଷ୍ଟିହୀନ କାହ୍ନୁଚରଣ ସାହୁ ଓ ବଂଶୀଧର ପ୍ରଧାନ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ସେହିପରି ୟୁନିଟ୍‌-୩ସ୍ଥିତ କାଳୀମନ୍ଦିରଠାରେ ମଧ୍ୟ ରକ୍ତଦାନ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏହି ଶିବିର ଦୁଇଟିରେ ଯୋଗଦେବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଓଟିଡିସି ଚେୟାରମ୍ୟାନ୍‌ ଶ୍ରୀମୟୀ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ବିଜୁ ଛାତ୍ର ଜନତା ଦଳ ଉପସଭାପତି ପ୍ରଦୋଷ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର